
ଭୁବନେଶ୍ୱର, 09 ନଭେମ୍ବର (ହି.ସ.) ନୂଆପଡ଼ା ମାହୋଲ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ। ଲୋକଙ୍କ ମତ ବି ସ୍ପଷ୍ଟ। ଜୟ ଢୋଲକିଆ ଙ୍କ ସପକ୍ଷରେ ବାତାବରଣ ଅଛି। ଲୋକଙ୍କ ବିପୁଳ ଜନ ସମର୍ଥନ ଅଛି। ଆମ ମୁଖ୍ୟମନ୍ତ୍ରୀ ଓ ଛତିଷଗଡ ମୁଖ୍ୟମନ୍ତ୍ରୀ ସେଠାରେ ପ୍ରଚାର ର ମଙ୍ଗ ଧରିଥିଲେ। ଲୋକେ ସମର୍ଥନ ଦେଇଛନ୍ତି। ପ୍ରତିଫଳନ ନଭେମ୍ବର 14 ରେ ହେବ। ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ନବୀନ ବାବୁ 2 ଥର ଯାନ୍ତୁ କି 5 ଥର ନୂଆପଡ଼ା ଯାନ୍ତୁ। ତାର କୌଣସି ପ୍ରଭାବ ପଡିବନି। ବିଜେଡ଼ି ନେତା ସେଠି ଯେଉଁ ସଭା ସମିତି କରୁଛନ୍ତି ସେଥିରେ ନୂଆପଡ଼ା ବାସୀ ଙ୍କ ସମ୍ପୃକ୍ତି କେତେ ତାହା ସମସ୍ତେ ଜାଣିଛନ୍ତି।
ବେଇମାନି ଶବ୍ଦ ବ୍ୟବହାର ପ୍ରସଙ୍ଗରେ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ, ବିଜେଡ଼ି ଇତିହାସ ଖୋଲିବାକୁ ଚାହୁଁନାହିଁ। ଆହୁରି ଲଜ୍ଜିତ ହେବେ। ନବୀନ ଙ୍କୁ ପାଇଁ ଯିଏ ବି ବିଶ୍ବାସ ଘାତକତାର ସ୍କ୍ରିପ୍ଟ ଲେଖିଛି ଓ ଧରେଇଛି ସିଏ ନିଜେ ବୋଧେ ତାଙ୍କ ଇତିହାସ ଭୁଲିଯାଉଛନ୍ତି ଯେ ସେମାନେ କେମିତି ବିଶ୍ବାସ ଘାତକ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ