



ବଲାଙ୍ଗିର, 9 ନଭେମ୍ବର (ହି.ସ.) ଆଜି ସୁଡପଦା ଠାରେ ଭବ୍ୟ ରାମ ଲାଲା ହନୁମାନ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ସ୍ଥାନୀୟ ପୁଇନ୍ତଲା ବ୍ଲକ ଛକ ରୁ ଆସୁଥିବାରାମ ଲାଲା ଙ୍କ ମୂର୍ତ୍ତି କୁ ଭବ୍ୟ ସ୍ବାଗତ କରି ଆଧ୍ୟାତ୍ମିକ ଶୋଭାଯାତ୍ରା ରେ ଘଣ୍ଟ ଶଙ୍ଖ କୀର୍ତ୍ତନ ସହିତ ସୁଦ ପଦା କୁ ମନ୍ଦୀର କୁ ଅଣାଯାଇଛି।
ଆଗାମୀ ୧୨ ତାରିଖ ଠାରୁ ଆରମ୍ଭହୋଇ ୧୭ ନଭେଂବର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ମନ୍ଦୀର ପ୍ରତିଷ୍ଠା କରି ଶ୍ରୀ ରାମ ଲାଲା ଙ୍କୁ ପ୍ରତିଷ୍ଠା କରି ଜୀବନ୍ୟାସ ଦିଆଯିବ। ଅଯୋଧ୍ୟା ରାମ ଲାଲା ଙ୍କ ଅବିକଳ ମୂର୍ତ୍ତି ଏଠାରେ ପ୍ରତିଷ୍ଠା ହେବାକୁ ଯାଉଛି। ସୁଡପଡ଼ା ମନ୍ଦିର ପ୍ରତିଷ୍ଠା କମିଟି ପଖ୍ୟରୁ ଭକ୍ତ ମାନଙ୍କୁ ସ୍ଵାଗତ କରି ସମସ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ