
ଜୟପୁର, 9 ନଭେମ୍ବର (ହି.ସ.)
ଜୟପୁର ସଦରଥାନା ଅନ୍ତର୍ଗତ ଉମୁରୀ ଗ୍ରାମର ସନୁ ମାଙ୍ଗରିଙ୍କ ଭଉଣିକୁ ହତ୍ୟା କରିଥିବା ନେଇ ସଦରଥାନାରେ ଏକ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୭ ତାରିଖ ଠାରୁ ସନୁ ମାଙ୍ଗରିଙ୍କ ଭଉଣି ବୃନ୍ଦାବତି ମାଙ୍ଗରି ସାହି ଲୋକଙ୍କ ସହ ମିଶି କୁନ୍ଦୁରା ଗ୍ରାମ କାଳିଆ କାଦା ଭୋଜିକୁ ଯାଇଥିଲେ। ଭୋଜିରୁ ସାହିର ଲୋକମାନେ ଫେରିଥିବା ବେଳେ ସନୁର ଭଉଣି ଘରକୁ ନଫେରି ତାର ପ୍ରେମିକ ଜଗ୍ୟ ଭତ୍ରାଙ୍କ ସହ ଚାଲିଯାଇଥିଲା। ଗତକାଲି ରେଲେଵ ପୁଲିସ ଏକ ମୃତ ଦେହ ଉଦ୍ଧାର କରିଥିବା ଖବର ପାଇ ଦେଖିବାକୁ ଯିବା ସମୟରେ ସେ ତାଙ୍କ ଭଉଣୀ ବୋଲି ଜାଣିପାରିଲେ। ପରିବାର ଲୋକେ ଶୁଣିବାକୁ ପାଇଲେ କି ଜଗ୍ୟ ତାଙ୍କ ଭଉଣୀ ବୃନ୍ଦାବତୀଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ ତାଙ୍କ ପରିବାର ଲୋକେ ଘରେ ନ ପଶାଇବାରୁ ଜଗ୍ୟ ବୃନ୍ଦାବତୀକୁ ଧନପୁର ଷ୍ଟେସନରେ ଛାଡି ଚାଲିଆସିଥିଲେ। ଏଣୁ ମୋ ଭଉଣୀକୁ ଜଗ୍ୟ ଟ୍ରେନ ଲାଇନରେ ଧକ୍କା ଦେଇ ହତ୍ୟା କରିଛି ବୋଲି ସଦରଥାନାରେ ଅଭିଯୋଗ କରିବା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି