ସରସ୍ବତୀ ଶିଶୁ ମନ୍ଦିର, ବଣିଆପାଟ ଠାରେ ସପ୍ତଶକ୍ତି କାର୍ଯ୍ୟକ୍ରମ
କେନ୍ଦୁଝର, 9 ନଭେମ୍ବର (ହି.ସ.) ଅଖୂଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟା ଭାରତୀର କାର୍ଯ୍ୟକ୍ରମ ଯୋଜନା ଅନୁସାରେ ସ୍ଥାନୀୟ କଲେଜ ରୋଡ଼ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର, ବଣିଆପାଟ ଠାରେ ସପ୍ତଶକ୍ତି କାର୍ଯ୍ୟକ୍ରମ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ମାତୃମଣ୍ଡଳୀ ସଙ୍ଗେ ସଙ୍ଗେ
ସରସ୍ବତୀ ଶିଶୁ ମନ୍ଦିର, ବଣିଆପାଟ ଠାରେ ସପ୍ତଶକ୍ତି କାର୍ଯ୍ୟକ୍ରମ


କେନ୍ଦୁଝର, 9 ନଭେମ୍ବର (ହି.ସ.) ଅଖୂଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟା ଭାରତୀର କାର୍ଯ୍ୟକ୍ରମ ଯୋଜନା ଅନୁସାରେ ସ୍ଥାନୀୟ କଲେଜ ରୋଡ଼ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର, ବଣିଆପାଟ ଠାରେ ସପ୍ତଶକ୍ତି କାର୍ଯ୍ୟକ୍ରମ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ମାତୃମଣ୍ଡଳୀ ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳର ମା'ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ପରିଚାଳନା ସମିତିର ସଦସ୍ୟା ମନ୍ଦାକିନୀ ବେହେରା ଓ ସ୍ଥାନୀୟ ସନ୍ତୋଷୀ ମା' ଆଞ୍ଚଳିକ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ପ୍ରଭାସିନୀ ଓଝା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସପ୍ତଶକ୍ତି ସଙ୍ଗମର ଭୂମିକା ସମ୍ବନ୍ଧରେ ମାତୃମଣ୍ଡଳୀକୁ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ସଂଯୁକ୍ତା ପ୍ରଧାନ ଓ ବିଦ୍ୟୁତ ପ୍ରଭା ସାହୁ ଯଥାକ୍ରମେ ଅତିଥୂ ପରିଚୟ, ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ସେହିପରି ଆଚାର୍ଯ୍ୟା ଇତିଶ୍ରୀ ଦାଶ ଶପଥ ପାଠ କରାଇଥିବା ବେଳେ, କଳ୍ପନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷରେ ଶିଶୁ ମାନଙ୍କ ଦ୍ବାରା ଯଥାକ୍ରମେ ସ୍ବାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସମସ୍ତ -ଆଚାର୍ଯ୍ୟ ଓ ସେବିକା ମାନେ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande