
ସମ୍ବଲପୁର, ୦୯ ନଭେମ୍ବର (ହି.ସ.) ସମ୍ବଲପୁର-ରାଉରକେଲା ୧୦ନଂ ରାଜ୍ଯ ରାଜପଥ ତଥା ରେଙ୍ଗାଲି ଥାନା ଅନ୍ତର୍ଗତ ଶ୍ୟାମ ମେଟାଲିକ୍ସ ସମ୍ମୁଖରେ ଏକ ଦ୍ରୁତଗାମୀ ହଇୱା ଧକ୍କାରେ ଦୁଇ ଭାଇଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ ଲପଙ୍ଗାର ୩୫ ବର୍ଷିୟ ଦେବାଶିଷ ଶତପଥି ଏବଂ ୨୮ ବର୍ଷିୟ ସାନଭାଇ ଦେବେନ୍ଦ୍ର ଶତପଥି ଓଡି ୨୩ ଏନ୍ ୫୫୦୩ ନମ୍ବର ସ୍କୁଟିରେ ରେଙ୍ଗାଲିରୁ ଲପଙ୍ଗାକୁ ଫେରୁଥିବା ବେଳେ ଏକ ଦ୍ରୁତଗାମୀ ହାଇୱା ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ତୁରନ୍ତ ବୁର୍ଲା ଡାକ୍ତରଖାନାକୁ ନିଆଯାଇ ଥିଲା । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦେବାଶିଷ ଲପଙ୍ଗା ସୋସାଇଟିର ସହ ସମ୍ପାଦକ ଥିବାବେଳେ ଦେବେନ୍ଦ୍ର ଆଦିତ୍ଯ ଆଲୁମିନିୟମର କୋଲ୍ ୟାର୍ଡ ରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିଲେ।
--------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ