ସୋମବାର ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ
ନୂଆଦିଲ୍ଲୀ, ନଭେମ୍ବର 9 (ହି.ସ.): କେନ୍ଦ୍ରୀୟ କୃଷି ଏବଂ କୃଷକ କଳ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ 10 ନଭେମ୍ବର ସୋମବାର ଦିନ ରେ ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ସେ କୃଷକମାନଙ୍କ ଆୟ ବୃଦ୍ଧି, ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଓ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେବା ସହିତ ସମ୍ବନ୍ଧିତ
ସୋମବାର ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ


ନୂଆଦିଲ୍ଲୀ, ନଭେମ୍ବର 9 (ହି.ସ.): କେନ୍ଦ୍ରୀୟ କୃଷି ଏବଂ କୃଷକ କଳ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ 10 ନଭେମ୍ବର ସୋମବାର ଦିନ ରେ ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ସେ କୃଷକମାନଙ୍କ ଆୟ ବୃଦ୍ଧି, ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଓ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେବା ସହିତ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କୃଷିମନ୍ତ୍ରୀ ସକାଳେ ପାଟନାରୁ ବାହାରି ପୁର୍ବାହ୍ନ 11ଟା ସମୟରେ ଭୁବନେଶ୍ୱର ପହଞ୍ଚିବେ । ସେ ଏଠାରେ ‘ମାଣ୍ଡିଆ ଦିବସ (ମିଲେଟ ଦିବସ)’ ଅବସରରେ ଲୋକସେବା ଭବନ ରେ ଅନୁଷ୍ଠିତ ହେବାକୁ ଥିବା କନଭେନସନ ସେଣ୍ଟରରେ ଆୟୋଜିତ ଉଦ୍ଘାଟନ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହି ଅବସରରେ ସେ ଓଡ଼ିଶା ସହିତ ସମଗ୍ର ଦେଶରେ ‘ଶ୍ରୀ ଅନ୍ନ’ ଉତ୍ପାଦନ, ପ୍ରସ୍ତୁତିକରଣ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ ବିଷୟରେ ଆଲୋଚନା କରିବେ।

ଏହି କାର୍ଯ୍ୟକ୍ରମ ପରେ କେନ୍ଦ୍ରମନ୍ତ୍ରୀ କଟକ ଜିଲ୍ଲାର ସଦର ଅଞ୍ଚଳକୁ ଯିବେ, ଯେଉଁଠି ସେ ଖେତ ଗୁଡିକର ନିରୀକ୍ଷଣ କରି କୃଷକମାନଙ୍କ ସହିତ ସିଧାସଳଖ ଆଲୋଚନା କରିବେ। ଏହି ସମୟରେ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି ଯୋଜନାର ସ୍ଥିତିର ଆକଲନ କରିବେ ଏବଂ କୃଷକମାନଙ୍କର ଅନୁଭବ ଓ ପ୍ରସ୍ତାବ ଗ୍ରହଣ କରିବେ।

ଅପରାହ୍ନରେ ସେ କଟକର ବିଦ୍ୟାଧରପୁର ସ୍ଥିତ ସେଣ୍ଟ୍ରାଲ ରାଇସ୍ ରିସର୍ଚ୍ଚ ଇନ୍ସଟିଟ୍ୟୁଟ ରେ ଏକ ରଣନୈତିକ ବୈଠକର ଅଧ୍ୟକ୍ଷତା କରିବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା, ଡାଲିରେ ଆତ୍ମନିର୍ଭରତା ମିଶନ୍ ଓ ଜାତୀୟ ପ୍ରାକୃତିକ ଚାଷ ମିଶନ୍‌ର କାର୍ଯ୍ୟକାରିତା ବିଷୟରେ ଆଲୋଚନା ହେବ। ବୈଠକରେ କୃଷି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଆଇସିଏଆର ର ବୈଜ୍ଞାନିକ ଗଣ ଓ ଓଡ଼ିଶା ସରକାରଙ୍କ ପ୍ରତିନିଧିମାନେ ଯୋଗ ଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande