ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସ୍ୱତନ୍ତ୍ର ଅଧିବେଶନ
ବଲାଙ୍ଗିର, 9 ନଭେମ୍ବର (ହି.ସ.) ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସ୍ୱତନ୍ତ୍ର ତଥା ଶେଷ ସମ୍ମିଳନୀ ଉତ୍ସାହ ଓ ଉଦ୍ଦିପନାର ସହିତ ରେନ୍‌ବୋ ପ୍ୟାଲେସ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ୧୭ଟି ଜିଲ୍ଲାରେ କାମ କରୁଥିବା ଗ୍ରାମୀଣ ବ୍ୟାଙ୍କ ର ଶତାଧିକ କର୍ମଚାରୀ ଯୋଗଦାନ କରିଥି
ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସ୍ୱତନ୍ତ୍ର ଅଧିବେଶନ


ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସ୍ୱତନ୍ତ୍ର ଅଧିବେଶନ


ବଲାଙ୍ଗିର, 9 ନଭେମ୍ବର (ହି.ସ.) ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସ୍ୱତନ୍ତ୍ର ତଥା ଶେଷ ସମ୍ମିଳନୀ ଉତ୍ସାହ ଓ ଉଦ୍ଦିପନାର ସହିତ ରେନ୍‌ବୋ ପ୍ୟାଲେସ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ୧୭ଟି ଜିଲ୍ଲାରେ କାମ କରୁଥିବା ଗ୍ରାମୀଣ ବ୍ୟାଙ୍କ ର ଶତାଧିକ କର୍ମଚାରୀ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି, ଆବାହକ କୋଶଲ ରାଜ୍ୟ ସମନ୍ୱୟ ସମିତି ପ୍ରମୋଦ କୁମାର ମିଶ୍ର, ଏଆଇଆରଆରବିଇଏ ର ପତାକା ଉତ୍ତୋଳନ ସହିତ ସହିଦ ସ୍ମୃତି ସ୍ତମ୍ଭରେ ପୁଷ୍ପଗୁଚ୍ଛ ଅର୍ପଣ କରି ସଂଗ୍ରାମୀ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ସାଥୀ ଅଭିଜିତ ଗଡତ୍ୟା ସମସ୍ତ ଅତିଥିମାନଙ୍କୁ ମଂଚାସିନ କରାଇ ସେମାନଙ୍କର ପରିଚୟ ପ୍ରଦାନ ଓ ଉପଢୈାକନ ପ୍ରଦାନ କରିଥିଲେ । ସଂଘର ସଭାପତି ପୁଲିନ ମିଶ୍ର ଅଧ୍ୟକ୍ଷତା କରି ସଭାର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ । ସେ ସାଧାରଣ ସଂପାଦକଙ୍କ ବିବରଣୀ ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ବର୍ତ୍ତମାନ ପରିସ୍ଥିତିରେ ସଂଘର ଭୂମିକା ଓ ସରକାରଙ୍କର ଆର୍ଥିକ ପରିଚାଳନା ନୀତିର ସମାଲୋଚନା କରିଥିଲେ ଓ କର୍ମଚାରୀମାନଙ୍କର ବର୍ତ୍ତମାନ ପରିସ୍ଥିତିରେ ତାଙ୍କର ଉତ୍ତରଦାୟିତ୍ୱ ଉପରେ ନିଜର ବିବରଣୀ ରଖିଥିଲେ । ମୁଖ୍ୟବକ୍ତା ଶିବ୍‌କରଣ ଦ୍ୱିବେଦି ସର୍ବଭାରତୀୟ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ପ୍ରଥମ ସାଧାରଣ ସଂପାଦକ, ଭାରତ ଭଳି ଗ୍ରାମ୍ୟ ବହୁଳ ଦେଶରେ ଗ୍ରାମ୍ୟ ବ୍ୟାଙ୍କର ଭୂମିକା ଓ ବର୍ତ୍ତମାନ ର ସରକାରଙ୍କ ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟାନ୍ୟ ବକ୍ତା ମଧ୍ୟରେ ଛତିଶଗଡ ଗ୍ରାମୀଣ ବ୍ୟାଙ୍କ ଅଫିସର ସଂଘ ର କାର୍ଯ୍ୟକର୍ତ୍ତା ରୋନକ ତ୍ରିପାଠି, ବ୍ୟାଙ୍କ ଏପ୍ଲୟିଜ୍ ଫେଡେରେସନର କର୍ମକର୍ତ୍ତା ପ୍ରଦୀପ ଷଡଙ୍ଗି ଓ ପ୍ରକାଶ ରାୟ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ସଭାପତି ପ୍ରତିମ ପୁହାନ, ଓଡିଶା ଗ୍ରାମୀଣ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଦ୍ୱାରିକାନାଥ ପଟେଲ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମହିଳା ସବ୍‌କମିଟି ର ଆବାହକ ଲତିକା ସେଠ, ଅସ୍ଥାୟୀ କର୍ମଚାରୀ ସଂଘ ସଂପାଦକ ପ୍ରଦୀପ ରାଉତ, ଟ୍ରେଡ ୟୁନିୟନ ନେତା ବିଭୁଦତ୍ତ ମିଶ୍ର, ଆଇଏନ୍‌ଟିୟୁସି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ମଂଚାସିନ ରହି ନିଜର ବକ୍ତବ୍ୟ ରଖିଥିଲେ । ସଭା କାର୍ଯ୍ୟରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ସାଥୀ ଆଲୋକ ପଧାନ, ସନୁଜିତ ମିଶ୍ର, କରୁଣାକର ପ୍ରଧାନ, ପିଙ୍କୁ ଯୋଷୀ, ବିଭୁଦତ୍ତ ପଣ୍ଡା, କୌଦଣ୍ଡଦର ବାଗ, ରୋହିତ ପଟ୍ଟନାୟକ, ବିଧୁଶେଖର ନନ୍ଦ, ଲିଙ୍ଗରାଜ ନାଏକ, ଶୁଭେନ୍ଦୁ କୁମାର ସାହୁ, ରୋଶନ ମିଶ୍ର ଓ ଅନ୍ୟାନ୍ୟ ନେତୃମଣ୍ଡଳି ସଭା ପରିଚାଳନା ଦାୟିତ୍ୱ ନେଇଥିଲେ । ଶେଷରେ ସାଥୀ ପ୍ରତାପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande