

ମାଲକାନଗିରି, ୯ ନଭେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ କୋରୁକୋଣ୍ଡା ଶାଖା ପକ୍ଷରୁ ଆଜି ନୀଳାଦ୍ରିନଗର ସ୍ଥିତ ସୋରଲୁକୋଣ୍ଡା ବ୍ୟାରେଜ ଠାରେ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକଟି କୋରୁକୋଣ୍ଡା ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ପ୍ରଦୀପ ମହାରଣା ଙ୍କ ନେତୃତ୍ୱରେ ହୋଇଥିବା ବେଳେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ରୁ ସଙ୍ଘ ର ସଭାପତି ସଂପାଦକ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଉତ୍କଳ ସାମ୍ବାଦିକ ସଙ୍ଘ ଜିଲ୍ଲାର କିପରି ବିଭିନ୍ନ ଜନ ମଙ୍ଗଳକାରୀ କାର୍ଯ୍ୟ କରିବ ସେନେଇ ଆଲୋଚନା ହୋଇଥିଲା। ଏଥି ସମେତ ସଂଘକୁ ସୁଦୃଢ କରାଯିବା ସହ ଆଗାମୀ ଜାତୀୟ ପ୍ରେସ ଦିବସ ଏବଂ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ କିପରି ସୁଚାରୁ ରୂପେ ହେବ ସେନେଇ ଆଲୋଚନା ହୋଇଥିଲା। ସାମ୍ବାଦିକ ମାନେ ନିଜ ନିଜର ମୌଳିକ ସମସ୍ୟା ଜିଲ୍ଲା ସଭାପତି ଅଶୋକ ମିଶ୍ର ଙ୍କୁ ଜଣାଇଥିଲେ। ଆଜିର ଏହି ବୈଠକରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀ ମିଶ୍ର ଙ୍କ ସମେତ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, ଉପଦେଷ୍ଟା ରତ୍ନାକର ଦାଶ, ସହ ସମ୍ପାଦକ ଶିବଦତ୍ତ ସାହୁ, କୋରୁକୋଣ୍ଡା ଶାଖା କୋଷାଧ୍ୟକ୍ଷ ଅବିନାଶ ବେହେରା, ବିଦ୍ୟୁତ ବୈରାଗୀ, ଭଗବାନ ସାହୁ, ଜଗନ୍ନାଥ ଦଳେଇ, ଗୌରୀ ଶଙ୍କର ପଣ୍ଡା, ମନୋଜ ସାହା, ବିକ୍ରମ କେଶରୀ ସ୍ୱାଇଁ, କାଲିମେଳା ସଙ୍ଘ ସମ୍ପାଦକ ସୌରଭ ମଣ୍ଡଳ ଙ୍କ ସମେତ ୩୫ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ