ଆଜୀବନ ସଂଗ୍ରାମୀ ନିରାକାର ସ୍ମୃତି ସଂସଦ ବୈଠକ
ଭଦ୍ରକ, ୯ ନଭେମ୍ବର (ହି.ସ.) - ଓଡିଶା ଲାଲ ଆକାଶର ଅନ୍ୟତମ ଶ୍ରେଷ୍ଠ ତାରକା ତଥା ଭଦ୍ରକ ଓକିଲ ସଂଘର ପୂର୍ବତନ ସଭାପତି ବରିଷ୍ଠ ଅଧିବକ୍ତା ନିରାକାର ଜେନା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ଆଜୀବନ ସଂଗ୍ରାମୀ ନିରାକାର ସ୍ମୃତି ସଂସଦ ର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ଭଦ୍ରକ ବ୍ଲକ କଲୋନୀ ଅଧିନସ୍
ajibana sangrami nirakara


ଭଦ୍ରକ, ୯ ନଭେମ୍ବର (ହି.ସ.) - ଓଡିଶା ଲାଲ ଆକାଶର ଅନ୍ୟତମ ଶ୍ରେଷ୍ଠ ତାରକା ତଥା ଭଦ୍ରକ ଓକିଲ ସଂଘର ପୂର୍ବତନ ସଭାପତି ବରିଷ୍ଠ ଅଧିବକ୍ତା ନିରାକାର ଜେନା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ଆଜୀବନ ସଂଗ୍ରାମୀ ନିରାକାର ସ୍ମୃତି ସଂସଦ ର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ଭଦ୍ରକ ବ୍ଲକ କଲୋନୀ ଅଧିନସ୍ଥ ଭଦ୍ରକ ପୌରପାଳିକା ପାଠାଗାର ପରିସରରେ ସ୍ମୃତି ସଂସଦ ଉପସଭାପତି ବରିଷ୍ଠ ଅଧିବକ୍ତା ଦିବ୍ୟସିଂହ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ଡିସେମ୍ବର, ୫ ରେ ଅନୁଷ୍ଠିତ ହେବାକୁ ଥିବା ସଂଗ୍ରାମୀ ନିରାକାର ଜେନା ଙ୍କ ପ୍ରଥମ ସ୍ମୃତି ବାର୍ଷିକ ପାଳନ ଓ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସଂପର୍କରେ ଆଲୋଚନା ହୋଇଥିଲା । ତତ୍କାଳୀନ ଭଦ୍ରକ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଥିବା ସମୟରେ ସଂଗ୍ରାମୀ ନିରାକାର ଙ୍କ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା ହୋଇଥିଲା । ଆଗାମୀ ଯୁବପିଢି ଙ୍କୁ ନିରାକାର ଜେନା ଗ୍ରହଣ କରିଥିବା ସମାଜବାଦ ଓ ସାମ୍ୟବାଦ ଆଦର୍ଶରେ ଆଦର୍ଶିତ କରିବା ପାଇଁ ବିଭିନ୍ନ ଯୋଜନା ଗ୍ରହଣ କରାଯାଇଥିଲା ।ଏହି ସାଧାରଣ ବୈଠକରେ ଆଜୀବନ ସଂଗ୍ରାମୀ ନିରାକାର ସ୍ମୃତି ସଂସଦ ର ସଭାପତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସ୍ମୃତି ସଂସଦର ସଂପାଦକ ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ, ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କି ଦଲୱାଜି ହବିବ୍‌, ସମାଜସେବୀ ଅଜୟ ନାୟକ, ସ୍ମୃତି ସଂସଦ ଯୁଗ୍ମ ସଂପାଦକ ଯୁବ ଆଇନଜୀବୀ ବିକାଶ ନାଥ, ସ୍ମୃତି ସଂସଦ ଉପସଭାପତି ପ୍ରଫେସର ଅଟଳ ବିହାରୀ ନାୟକ, ଅଧିବକ୍ତା ଅଗଣି ଚରଣ ଜେନା, ଭଦ୍ରକ ଜିଲ୍ଲା ହାଇସ୍କୁଲ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୟାଧର ପଣ୍ଡା, ଭଦ୍ରକ ଓକିଲ ସଂଘ ସଭାପତି ବରିଷ୍ଠ ଅଧିବକ୍ତା ସନ୍ତୋଷ କୁମାର ଆଚାର୍ଯ୍ୟ, ଭଦ୍ରକ ଓକିଲ ସଂଘ ଉପସଭାପତି ଅଶୋକ କୁମାର ନାୟକ, ସ୍ମୃତି ସଂସଦ ର ଅନ୍ୟତମ ଯୁଗ୍ମ ସଂପାଦକ ବିଜୟ କୁମାର ରାଉତ, ଅଧ୍ୟାପକ ଶାନ୍ତନୁ ରାଉତ, ଭାବଗ୍ରାହୀ ପାଠାଗାର ସଂପାଦକ ଚିତ୍ର ଭାନୁ ଦାସ, ବରିଷ୍ଠ ଆଇନଜୀବୀ ସେକ୍ ଅବଦୁଲ ଇସ୍ତାର, ଭଦ୍ରକ ଓକିଲ ସଂଘ ପୂର୍ବତନ ସଭାପତି ବିଷ୍ଣୁ ମୋହନ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ସାମ୍ବାଦିକ ନବକିଶୋର ସ୍ୱାଇଁ, ବିଶିଷ୍ଟ ଆଇନଜୀବୀ ବିଜନ ଜେନା, ଆଇନଜୀବୀ ସୌରଭ କୁମାର ଦେ, ବରିଷ୍ଠ ଆଇନଜୀବୀ ରଞ୍ଜନ କୁମାର ନାୟକ, ସର୍ବୋଦୟ ନେତା ଅମର କୁମାର ପାଣିଗ୍ରାହୀ, ସ୍ମୃତି ସଂସଦ ର ସଭ୍ୟ ରାମଚନ୍ଦ୍ର ନାୟକ, ଯୁବ ଆଇନଜୀବୀ ବିଜୟ ଦାଶ, ପ୍ରଫେସର କମଳାକାନ୍ତ ସ୍ୱାଇଁ, ଯୁବନେତା ନାସିରୁଦ୍ଦିନ ଖାନ୍‌, ଯୁବ ସମାଜସେବୀ ଜାହିର ଖାନ୍‌, ଯୁବ ଆଇନଜୀବୀ ଚନ୍ଦନ ସ୍ୱାଇଁ, ଯୁବ ସମାଜସେବୀ ରମାକାନ୍ତ ପାକଳ ପ୍ରମୁଖ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande