ବନ୍ତ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଲକ୍ଷ୍ୟ ପଥ ଲମ୍ବା ନ ହୋଇ କର୍ମ ପଥ ଦୀର୍ଘ ହେଉ-ସାଂସଦ ଅଭିମନ୍ୟୁ
ଭଦ୍ରକ, ୯ ନଭେମ୍ବର (ହି.ସ.) - ବନ୍ତ ବରିଷ୍ଠ ନାଗରିକ ମଞ୍ଚର ୪ର୍ଥ ବାର୍ଷିକ ଉତ୍ସବ ଆଜି ଆଞ୍ଚଳିକ ମହାବିଦ୍ୟାଳୟ ବନ୍ତ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ବରିଷ୍ଠ ମାନଙ୍କର ଜୀବନର ପଥ ଲମ୍ବା ନ ହୋଇ କର୍ମ ପଥ ଦୀର୍ଘ ହେବା ହେବା ଉଚିତ୍‌,
baristha nagarika barshika utstava


ଭଦ୍ରକ, ୯ ନଭେମ୍ବର (ହି.ସ.) - ବନ୍ତ ବରିଷ୍ଠ ନାଗରିକ ମଞ୍ଚର ୪ର୍ଥ ବାର୍ଷିକ ଉତ୍ସବ ଆଜି ଆଞ୍ଚଳିକ ମହାବିଦ୍ୟାଳୟ ବନ୍ତ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ବରିଷ୍ଠ ମାନଙ୍କର ଜୀବନର ପଥ ଲମ୍ବା ନ ହୋଇ କର୍ମ ପଥ ଦୀର୍ଘ ହେବା ହେବା ଉଚିତ୍‌, ଯୌଥ ପରିବାର ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା, ଯାହା ଏବେ ଖୁବ୍ କମ୍ ଦେଖିବାକୁ ମିଳୁଛି । ତେଣୁ ବରିଷ୍ଠ ମାନେ ସେମାନଙ୍କ ନାତି ନାତୁଣୀଙ୍କ ସହ ସମୟ ଅତିବାହିତ କରି ଏକ ସନ୍ତୁଳିତ ସମାଜ ଗଢି ତୋଳିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହି ଅବସରରେ ସେ ସଂଘଗୃହ ପାଇଁ ଅର୍ଥ ଯୋଗାଇ ଦେବାକୁ ପ୍ରକାଶ କରିଥିଲେ । ସଭାକୁ ମଞ୍ଚ ସଭାପତି ବିଶିଷ୍ଠ ନାଟ୍ୟକାର ଡ.ସୁଧାଂଶୁ ଶଖେର ନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ,ବୟସର ଅପରାହ୍ନରେ ପହଞ୍ôଚ ଥିବା ବରିଷ୍ଠ ନାଗରିକ ମାନେ ମିଳିତ ଭାବରେ ବସିବା, ହସିବା ଓ ଜୀବନ ସଙ୍ଗୀତ ଗାଇ ଯିବା ସହିତ ମୁହିଁତ ନୁହେଁ ମୋରି ପାଇଁ ମହାମନ୍ତ୍ରରେ ଅଭିମନ୍ତ୍ରିତ ହେବାକୁ ଆହ୍ୱାନ ଜଣାଇଥିଲେ । ସଭାରେ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷା ମନୋରମା ମିଶ୍ର ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବରିଷ୍ଠଙ୍କ ଉପରେ ମତ ରଖିôଥିଲେ । ଏହି ଅବସରରେ ଚକ୍ରଧର ପଣ୍ଡା,ହରିହର ପେରେଇ, ଭାସ୍କର ସେନାପତି, ନାରାୟଣ ରାଉତ, ସେକ୍ ଜଲ୍ଲାଲୁଦ୍ଦିନ୍‌, ବିଷ୍ଣୁ ମୋହନ ପ୍ରଧାନ, ନିତ୍ୟାନନ୍ଦ ଜେନା, ଭାସ୍କର ମହାପାତ୍ର, ଶରତ ଜେନା, ଦୁସାଶନ ପଣ୍ଡା, ନାରାୟଣ ଚନ୍ଦ୍ର ଦାସ, ୧୫ ଜଣ ବିଭିନ୍ନ ପ୍ରତିଭାଧରଙ୍କୁ ଉତରୀୟ, ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧର୍ିତ କରାଯାଇଥିଲା । ଯୁଗ୍ମ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ, ଉପଦେଷ୍ଟା ଜଗନ୍ନାଥ ପାତ୍ର ସ୍ୱାଗତ ଭାଷଣ, ପ୍ରାକ୍ତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ ,ସମ୍ପାଦକ ଭାସ୍କର ଚନ୍ଦ୍ର ପାଢୀ ବାର୍ଷିର୍କ ବିବରଣୀ ଏବଂ ଶେଷରେ ୟାକତ୍ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ହୃଷିକେଷ ମିଶ୍ର, ମାଧବାନନ୍ଦ ଦାସ,ଭାଗବତ ସୂତାର, ଆନନ୍ଦ ଚନ୍ଦ୍ର ଓଝା, କେଦାରନାଥ ମହାନ୍ତି, ମୁକ୍ତିକାନ୍ତ ସାହୁ, ପ୍ରକାଶ ସାହୁ, ଗଦାଧର ସେନାପତି,ଅଲେଖ ନାୟକ, ସୁରେନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande