
ଭଦ୍ରକ, ୯ ନଭେମ୍ବର (ହି.ସ.) - ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ସ୍ଥାନୀୟ ମନମୋହନ ସଂଗୀତ ପରିଷଦ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଚଳିତ ୧୦ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବରେ ପ୍ରତିବର୍ଷ ଭଳି ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁସ୍ତକ ମେଳାର ଆୟୋଜନ ହେବ। ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବିଭିନ୍ନ ନାଟ୍ୟ ଅନୁଷ୍ଠାନ ଏଥିରେ ଅଂଶ ଗ୍ରହଣ କରିବେ। ଏଣୁ ଏଭଳି ଏକ ମନୋମୁଗ୍ଧକର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମହୋତ୍ସବ ଓ ପୁସ୍ତକ ମେଳା କମିଟିର ସଭାପତି ଇଂ ଅଭୟ ସୂତାର, ଆବାହକ ନିହାର ରଞ୍ଜନ କର, ସମ୍ପାଦକ ରବିନାରାୟଣ ଖିଲାର, କାର୍ଯ୍ୟକାରୀ ସଭାପତି ଶିଶିର ମିଶ୍ର, ଡାକ୍ତର ଅନିଲ ଦାଶ ଓ ମିଡ଼ିଆ ସେଲର ଚେୟାରମ୍ୟାନ ପ୍ରମୋଦ ରାୟଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟ ଓ ସଦସ୍ୟା ସ୍ଥାନୀୟ ଲୋକନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ ବୈଠକରେ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ