ପୁରାତନ ଛାତ ସଂସଦ ପକ୍ଷରୁ ଗୁରୁ ପୂଜନ ଉତ୍ସବ
ଧର୍ମଶାଳା,୯ନଭେମ୍ବର(ହି.ସ.) - ଗୁରୁ ଶିଷ୍ୟ ପରମ୍ପରା ଅତୁଳନୀୟ । ଗୁରୁ ସବୁ ବେଳେ ପୂଜନୀୟ । ଏହି ମହତ ଉଦ୍ଧେଶ୍ୟ ରଖି ପୁରାତନ ଛାତ୍ର ସଂସଦ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲା ରସୁଲପୁର ବ୍ଲକ ନରସିଂହପୁର ଉଚ୍ଚ ବିଦ୍ୟାଳୟର ୨୦୦୨ ମସିହା ମାଟ୍ରିକ ବ୍ୟାଚ ପକ୍ଷରୁ ଶିକଚି
ପୁରାତନ ଛାତ ସଂସଦ ପକ୍ଷରୁ  ଗୁରୁ ପୂଜନ ଉତ୍ସବ


ଧର୍ମଶାଳା,୯ନଭେମ୍ବର(ହି.ସ.) - ଗୁରୁ ଶିଷ୍ୟ ପରମ୍ପରା ଅତୁଳନୀୟ । ଗୁରୁ ସବୁ ବେଳେ ପୂଜନୀୟ । ଏହି ମହତ ଉଦ୍ଧେଶ୍ୟ ରଖି ପୁରାତନ ଛାତ୍ର ସଂସଦ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲା ରସୁଲପୁର ବ୍ଲକ ନରସିଂହପୁର ଉଚ୍ଚ ବିଦ୍ୟାଳୟର ୨୦୦୨ ମସିହା ମାଟ୍ରିକ ବ୍ୟାଚ ପକ୍ଷରୁ ଶିକଚିଲା ବାଗ ମଠ ପରିସରରେ ଗୁରୁ ପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପୁରାତନ ଛାତ୍ରୀ ମମତା ପାତ୍ରଙ୍କ ସଭା ପରିଚାଳନାରେ ଏହି ଉତ୍ସବରେ ଶିକ୍ଷକ ନାରାୟଣ ଚନ୍ଦ୍ର ଦାସ,ଶ୍ୟାମସୁନ୍ଦର ପାତ୍ର,ମଦନ ମୋହନ ପାତ୍ର,ଖଗେନ୍ଦ୍ର ସାହୁ,ଚୈତନ୍ୟ ବେହେରା,ଭରତ ଚନ୍ଦ୍ର,ଦଶରଥ ସାହୁ,ଗୋପିନାଥ ଚନ୍ଦ୍ର ଓ ଚକ୍ରଧର ଶତପତୀ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ୨୩ ବର୍ଷ ପରେ ଏଭଳି କାର୍ଯ୍ୟକ୍ରମ ନିଆରା ବୋଲି ମତବ୍ୟକ୍ତ କରି ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପୂଜ୍ୟ ଗୁରୁଜୀଙ୍କୁ ଚନ୍ଦନ ତିଳକ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍ଥାନୀୟ ଅଂଚଳରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସଂଗଠନର ଗୋପାଳ ସାମଲ,ରାକେଶ ବାରିକ୍ ଓ ଗଣେଶ ସାହୁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ୨୩ ବର୍ଷ ବ୍ୟବଧାନ ପରେ ଜିଲା ତଥା ଜିଲା ବାହାରୁ ଆସିଥିବା ସହପାଠିନୀଙ୍କର ଏହା ଏକ ମହା ମିଳନ ବୋଲି ଛାତ୍ରଛାତ୍ରୀମାନେ ମତବ୍ୟକ୍ତ କରିଥିଲେ । ଗୋପାଳ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ର ଗୌରୀ ମୋହନ ସାହୁ,ଅନୀଲ ସାହୁ,ଚିନ୍ମୟ ସାହୁ,ଜିତେନ୍ଦ୍ର ଜେନା,ସଂଜିବ ଜେନା,ସୁମନ୍ତ ନାୟକ,ଛାତ୍ରୀ ରୋଜାଲିନ ମହାନ୍ତି,ସ୍ୱାଗତିକା ଭଞ୍ଜ,ପଦ୍ମିନୀ ପୃଷ୍ଟି,ପ୍ରିୟଦର୍ଶନୀ ମହାନ୍ତି,ଜୟଶ୍ରୀ ନାୟକ,ନିରୁପମା ମଲ୍ଲିକ ଓ ସାଗରିକା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରୀ ମମତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ଶେଷରେ ସଂସଦ ପକ୍ଷରୁ ଚାରାରୋପଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande