ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ୍‌ସେବା ଦିବସ ପାଳିତ
ଭଦ୍ରକ, ୯ ନଭେମ୍ବର (ହି.ସ.) - ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାଇ ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଣିନଗର, ଆରଡ଼ିଛକ ଠାରେ ଜାତୀୟ ଆଇନ୍‌ସେବା ଦିବସ ପାଳିତ ହୋଇଯାଇଅଛି । ଏହି ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠ
jilla ain seba pradhikarana


ଭଦ୍ରକ, ୯ ନଭେମ୍ବର (ହି.ସ.) - ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାଇ ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଣିନଗର, ଆରଡ଼ିଛକ ଠାରେ ଜାତୀୟ ଆଇନ୍‌ସେବା ଦିବସ ପାଳିତ ହୋଇଯାଇଅଛି । ଏହି ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚିବ ଶ୍ରୀ ପୁଣ୍ୟଶ୍ଲୋକ ରଥ ଏହି କାର୍ଯ୍ୟକ୍ରମକୁ ଉଦ୍‌ବୋଧନ ଦେଇ ପରିଚାଳନା କରିଥିଲେ । ଅତିଥିମାନଙ୍କ ମଧ୍ୟରେ ନେପାଳ ଚନ୍ଦ୍ର ଦାସ, ସଦସ୍ୟ, ସ୍ଥାୟୀ ଲୋକ ଅଦାଲତ(ଜନ ଉପଯୋଗୀ ସେବା), ଭଦ୍ରକ ଏବଂ ଡ଼. ତାପସ କୁମାର ମହାନ୍ତି, ପ୍ରତିପକ୍ଷ ଓକିଲ, ଏଲ.ଏ.ଡ଼ିସ୍‌.ଏସ୍‌. ଏବଂ ନ୍ୟାୟ ରକ୍ଷକ ଭଦ୍ରକ, ପାର୍ଥସାରଥୀ ଜେନା, ନିର୍ଦ୍ଦେଶକ, ବଟକୃଷ୍ଣ ନାୟକ, ନିର୍ଦ୍ଦେଶକ ଜୟଦେବ ଭୋଳ, ଅଧ୍ୟାପକ ସାଇ ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଣିନଗର, ଭଦ୍ରକ ତଥା ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଗଣ, ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ, କର୍ମୀଗଣ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର କର୍ମୀଗଣ ମଧ୍ୟ ଏହି କାର୍ଯ୍ୟକ୍ରମ ସହଯୋଗ କରି ଆଗେଇନେଇଥିଲେ । ପିଲାମାନଙ୍କ ଦ୍ୱାରା ଚିତ୍ରିତ ଜାତୀୟ ଆଇନ୍‌ସେବା ଦିବସ ବହୁତ ସୁନ୍ଦର ତଥା ଚିତ୍ତାକର୍ଷକ ରହିଥିଲା । ପ୍ରଥମେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ଜରିଆରେ ଲୋକ ଅଦାଲତ ବିଷୟରେ, ମଧ୍ୟସ୍ଥତା ମାଧ୍ୟମରେ କିପରି ବିଚାରାଧିନ ଥିବା କେସ୍ ଗୁଡ଼ିକର ଅତି ସରଳ ଓ ସହଜରେ ସେମାନଙ୍କୁ ମିଳାମିଶା କରାଯାଇପାରେ, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା), ଭଦ୍ରକ ଯାହାକି ଭଦ୍ରକ ଠାରେ ଅବସ୍ଥିତ ଏହାର କାର୍ଯ୍ୟ ଏବଂ ଏହି ଅଫିସ୍ ମାଧ୍ୟମରେ ଗରିବ ତଥା ନିଷ୍ପେସିତ ଲୋକମାନେ ଶୀଘ୍ର ଏବଂ ତ୍ୱରିତ ନ୍ୟାୟ ପାଇପାରିବେ ବୋଲି ଉପସ୍ଥିତ ଥିବା ଅତିଥିଗଣ ମତବ୍ୟକ୍ତ କରିଥିଲେ । ଶ୍ରୀ ରଥ ୧୫୧୦୦ ଦେୟମୁକ୍ତ ନମ୍ବର ମାଧ୍ୟମରେ ମଧ୍ୟ ଯୋଗଯୋଗ କରି କିପରି ଅସହାୟ ବ୍ୟକ୍ତି ନ୍ୟାୟାଳୟର ନିଜ କେସ୍ ସମ୍ବନ୍ଧରେ ମଧ୍ୟ ଜାଣି ପାରିବେ, ସର୍ବୋପରି ପିଲାମାନେ ଉତ୍ତମ ବ୍ୟକ୍ତିତ୍ୱର ପରିପ୍ରକାଶ ଘଟୁ ଏବଂ ସେମାନେ ଜଣେ ଜଣେ ଭଲ ନାଗରିକ ହୁଅନ୍ତୁ ବୋଲି କାମନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande