ଆଇନ ସଚେତନତା ଶିବିର
ଆଇନ ସଚେତନତା ଶିବିର ପୁରୀ, 9 ନଭେମ୍ବର (ହି.ସ.)-ପୁରୀ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ୍‌ ଶ୍ରୀମତୀଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ରବିବାର ପୂର୍ବାହ୍ନରେ ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଆଇନ ସଚେତନତା ରାଲି,ଆଇନ ସଚେତନ
ଆଇନ ସଚେତନତା ଶିବିର


ଆଇନ ସଚେତନତା ଶିବିର

ପୁରୀ, 9 ନଭେମ୍ବର (ହି.ସ.)-ପୁରୀ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ୍‌ ଶ୍ରୀମତୀଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ରବିବାର ପୂର୍ବାହ୍ନରେ ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଆଇନ ସଚେତନତା ରାଲି,ଆଇନ ସଚେତନ କାର୍ଯକ୍ରମ ଏବଂ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପୁରୀଙ୍କ ସମ୍ମିଳନୀ କକ୍ଷ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ରବିବାର ଏହି କାର୍ଯ୍ଯକ୍ରମକୁ ପୁରୀଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପରିତୋଷ କୁମାର ସେଠୀ ଉଦଘାଟନ କରିବା ସହ ନିଜ ବକ୍ତବ୍ୟରେ ପାଇଁ ରହିଥ‌ିବା ଆଇନ ସହାୟତା ବ୍ୟବସ୍ଥା ଉପରେ ଆଲୋଚନା କରିବା ସହ ଆଇନସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥିବା ବିଭିନ୍ନ ବିଧିବ୍ୟବସ୍ଥାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ,ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବା ପାଇଁ କେଉଁ କେଉଁମାନେ ଯୋଗ୍ୟ,ସେହି ବିଷୟରେ ଆଲୋଚନା କରିଥିଲେ ।ଆଜିର ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଫାମିଲି କୋର୍ଟ ଜଜ, ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ, ବରିଷ୍ଠ ଦେୱାନି ବିଚାରପତି ଯୋଗ ଦେଇଛନ୍ତି। କାର୍ଯ୍ଯକ୍ରମରେ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଛାତ୍ର,ଛାତ୍ରୀ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଥିମଧ୍ୟରୁ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଆଜିର ଏହିକାର୍ଯକ୍ରମରେ ବିଚାରପତି ବୃନ୍ଦ, ସମ୍ପାଦକ, ଓକିଲ ସଂଘ,ପୁରୀ ,ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଛାତ୍ର,ଛାତ୍ରୀ, ଅଧୀକାରୀମିତ୍ର,ପ୍ୟାନେଲ୍ ଲୟର ଯୋଗଦେଇଥିଲେ । ଶେଷରେ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାରକରିବା ସହ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥ‌ିପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀ ମାନେ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande