ବରିଷ୍ଠ ନାଗରିକ ପରିଷଦର ମଣ୍ଡଳ ସ୍ତରୀୟ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର
ଭଦ୍ରକ, ୯ ନଭେମ୍ବର (ହି.ସ.) - ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ମଣ୍ଡଳ ସ୍ତରୀୟ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତ ଲକ୍ଷ୍ମୀ ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଉନ୍ନୀତ ଉ.ପ୍ରା. ବିଦ୍ୟାଳୟ ବନସର ପରିସରରେ ଅନ
mandala stariya nisukla swasta sibir


ଭଦ୍ରକ, ୯ ନଭେମ୍ବର (ହି.ସ.) - ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ମଣ୍ଡଳ ସ୍ତରୀୟ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତ ଲକ୍ଷ୍ମୀ ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଉନ୍ନୀତ ଉ.ପ୍ରା. ବିଦ୍ୟାଳୟ ବନସର ପରିସରରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧି ରଞ୍ଜନ ନାୟକ। ଏହି ଶିବିର କାର୍ଯ୍ୟକ୍ରମ ସଭାରେ ସମାଜସେବୀ ନରେନ୍ଦ୍ର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ପେଟରୋଗ ବିଶେଷଜ୍ଞ ଡାକ୍ତର ଅଜିତ ପ୍ରସାଦ ଜେନା ମୁଖ୍ୟ ଅତିଥି ଓ ଧାମନଗର ସିଏଚସି ଅଧ୍ୟକ୍ଷ ଡାକ୍ତର ମନ୍ମୟ କୁମାର ସାମନ୍ତସିଂହାର ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ହେଉଛି ଅମୂଲ୍ୟ ସମ୍ପଦ ଏଣୁ ଏହାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ଭେଷଜ ବିଶେଷଜ୍ଞ ଡାକ୍ତର ମାଝ ମାଝୀ, ରମେଶ ଚନ୍ଦ୍ର ମହାପାତ୍ର, ଅସ୍ଥିଶଲ୍ୟ ବିଭାଗ ଡାକ୍ତର ସେକ ସର୍ବର ଅଲ୍ଲି, କର୍ଣ୍ଣ ନାଶା ଗଳା ବିଭାଗ ଡାକ୍ତର ବୈଦ୍ୟନାଥ ଓଝା, ଚକ୍ଷୁ ବିଶେଷଜ୍ଞ ଡାକ୍ତର ଇଫଜୁଲ ରହେମାନ ଓ ଅସ୍ଥିଶଲ୍ୟ (ଅସ୍ତ୍ରୋପଚାର) ବିଭାଗ ଡାକ୍ତର ସରୋଜ ରାଉଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ପରିଷଦର ସଭ୍ୟ ଅଜୟ କୁମାର ସାମଲ ଅତିଥି ମଞ୍ଚ ଆବାହନ, ସଭାପତି ଅନିଲ କୁମାର ବାରିକ ସ୍ୱାଗତ ସମ୍ଭାଷଣ ଓ ସମ୍ପାଦକ ଶଚିକାନ୍ତ ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶେଷରେ ପରିଷଦର ମଣ୍ଡଳ ସମ୍ପାଦକ ରାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ୬୩୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ନିଶୁଳ୍କ ଚିକିତ୍ସା ସହ ଔଷଧ ବିତରଣ କରାଯାଇ ଥିଲା। ଏଥିସହ ମଧୁମେହ ରୋଗୀ ମାନଙ୍କର ମାଗଣା ରକ୍ତ ପରୀକ୍ଷା ଓ ହୃଦରୋଗୀ ମାନଙ୍କ ନିଶୁଳ୍କ ଇସିଜି ପରୀକ୍ଷା କରାଯାଇ ଥିଲା। ଏହି ସ୍ୱାସ୍ଥ୍ୟ ଶିବିରକୁ ପରିଷଦର ସଭ୍ୟ ଦାମୋଦର ମଲ୍ଲିକ, ବିଦ୍ୟାଧର ରାଉତ, ସମ୍ପୃକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ରାଉତ, ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ମହାନ୍ତି ପ୍ରମୁଖ ପରିଚଳନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳ ଗ୍ରାମବାସୀ, ପରିଷଦର ସଭ୍ୟ ଓ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande