ୱାଇ କପ -୨୦୨୫ ସମ୍ଭାବନାମୟ ସମ୍ମିଳନୀ ଉଦଯାପିତ
ପୁରୀ, ୯ ନଭେମ୍ବର (ହି.ସ.)- ନିଜ ଘରୁ ପରିବର୍ତନର ଧାରା ଆରମ୍ଭ ହେଲେ ଭବିଷ୍ୟତରେ ଅନେକ ପାରିବେଶିକ ସଙ୍କଟରୁ ରକ୍ଷା ମିଳିପାରିବ ବୋଲି ରବିବାର ୱାଇ କପ -୨୦୨୫ ସମ୍ଭାବନାମୟ ସମ୍ମିଳନୀ ସଂସ୍କୃତି ଭବନ ଠାରେ ଦୁଇଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଖ୍ୟାଧିକ ପ୍ରତିନିଧ
ୱାଇ କପ -୨୦୨୫ ସମ୍ଭାବନାମୟ ସମ୍ମିଳନୀ ଉଦଯାପିତ


ପୁରୀ, ୯ ନଭେମ୍ବର (ହି.ସ.)- ନିଜ ଘରୁ ପରିବର୍ତନର ଧାରା ଆରମ୍ଭ ହେଲେ ଭବିଷ୍ୟତରେ ଅନେକ ପାରିବେଶିକ ସଙ୍କଟରୁ ରକ୍ଷା ମିଳିପାରିବ ବୋଲି ରବିବାର ୱାଇ କପ -୨୦୨୫ ସମ୍ଭାବନାମୟ ସମ୍ମିଳନୀ ସଂସ୍କୃତି ଭବନ ଠାରେ ଦୁଇଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଖ୍ୟାଧିକ ପ୍ରତିନିଧି ଯୋଗ ଦେଇଥିଲେ । ପୂର୍ବାହ୍ନରେ ଓଡିଶାରେ ପରିଚିତ ଜଳପୁରୁଷ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିତର୍କରେ ଆଇନା ସଂସ୍ଥାର ବରିଷ୍ଠ କାର୍ଯ୍ୟନିର୍ବାହୀ ସଦସ୍ୟ ଡଃ. ଅଦିତି ପଣ୍ଡା ପ୍ରତିନିଧିମାନଙ୍କୁ ବିଭିନ୍ନ କଳାକୌଶଳ ଅବଲମ୍ବନରେ ପରିବେଶ ସଙ୍କଟକୁ କିପରି ଜାଣିବା ଓ ତାହାର ପ୍ରତିକାର ଦିଗରେ ପଦକ୍ଷେପ ନିଆଯିବା ସମ୍ପର୍କରେ କହିଥିଲେ। ଶିଶୁ ପ୍ରତିନିଧି ମାନେ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀ ଉପରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ। ବୃତ୍ତଚିତ୍ର ନିର୍ମାତା ସ୍ନେହାଶିଷ ଦାସ କ୍ଷୟ ହେଉଥିବା ପ୍ରକୃତିର ନିରାକରଣ ସକାଶେ ତୃଣମୂଳ ସ୍ତରରୁ ବିହିତ ପଦକ୍ଷେପ ନେବା ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଅନୁଜ ଦାସ ପରିବେଶ ସମ୍ପର୍କକୁ ବୁଝିବା ଏବଂ ସୁରକ୍ଷା ଲାଗି ଛାତ୍ର ଓ ଯୁବ ସମାଜର କର୍ତ୍ତବ୍ୟ ପ୍ରାଥମିକତା ହେବା ଜରୁରୀ ବୋଲି ଦୃଢ଼ ମତ ପଶୋଣ କରିଥିଲେ। ଏକ ତର୍କ ମାଧ୍ୟମରେ ପରିବେଶ ସଚେତନତାକୁ ଗୁରୁତ୍ୱ ଦେବା ଏବଂ ଜଣେ ଦଶ ଜଣଙ୍କୁ ପ୍ଲାଷ୍ଟିକମୁକ୍ତ। ପରିବେଶ ସୃଷ୍ଟି କରିବା ଉପରେ ଜୋର ଦିଆଯାଇଥିଲା। ପାରାଦ୍ୱୀପ ଅଞ୍ଚଳର ଯୁବ ପରିବେଶ କର୍ମୀ ବାପି ଗୋଛାୟତଙ୍କୁ ଦ୍ଵିତୀୟ ୟୁଥ ଫର ୱାଟର ଇନିସଏଟିଭି ସମ୍ମାନ ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା । ସାମାଜିକ କର୍ମୀ ରୁଚି ଜଗଦେବ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande