ମହାରାଷ୍ଟ୍ରର ଗଡ଼ଚିରୌଲିରେ ୮୨ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ୧୧ ନକ୍ସଲି କଲେ ଆତ୍ମସମର୍ପଣ
ମୁମ୍ବାଇ, ୧୦ ଡିସେମ୍ବର(ହି.ସ.) – ମହାରାଷ୍ଟ୍ରର ଗଡ଼ଚିରୌଲି ଜିଲ୍ଲାରେ ବୁଧବାର ଦିନ ୧୧ ନକ୍ସଲମାନେ ପୋଲିସ୍ ମହାନିର୍ଦ୍ଦେଶକ ରଶ୍ମୀ ଶୁକ୍ଲାଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛି। ଏଥିମଧ୍ୟରୁ ଡିଭିଜନାଲ କମିଟିର ସଦସ୍ୟ, ପ୍ଲାଟୁନ୍ କମିଟିର ସଦସ୍ର, ଏରିଆ କମିଟିର ସଦସ୍ୟଙ୍କ ପରି ଉଚ୍ଚ ପଦସ୍ଥ ନକ୍ସଲି
ମହାରାଷ୍ଟ୍ରର ଗଡ଼ଚିରୌଲିରେ ୮୨ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ୧୧ ନକ୍ସଲି କଲେ ଆତ୍ମସମର୍ପଣ


ମୁମ୍ବାଇ, ୧୦ ଡିସେମ୍ବର(ହି.ସ.) – ମହାରାଷ୍ଟ୍ରର ଗଡ଼ଚିରୌଲି ଜିଲ୍ଲାରେ ବୁଧବାର ଦିନ ୧୧ ନକ୍ସଲମାନେ ପୋଲିସ୍ ମହାନିର୍ଦ୍ଦେଶକ ରଶ୍ମୀ ଶୁକ୍ଲାଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛି। ଏଥିମଧ୍ୟରୁ ଡିଭିଜନାଲ କମିଟିର ସଦସ୍ୟ, ପ୍ଲାଟୁନ୍ କମିଟିର ସଦସ୍ର, ଏରିଆ କମିଟିର ସଦସ୍ୟଙ୍କ ପରି ଉଚ୍ଚ ପଦସ୍ଥ ନକ୍ସଲି ସାମିଲ ଥିଲେ ଏବଂ ଏ ସମସ୍ତଙ୍କ ଉପରେ ୮୨ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏଥିମଧ୍ୟରୁ ଚାରି ମାଓବାଦୀ ଅସ୍ତ୍ରଶସ୍ତ୍ର ସହିତ ପୁରା ପୋଷାକରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କଡ଼ା ସୁରକ୍ଷା ରଖାଯାଇଥିଲା।

ପୋଲିସ୍ ଅଧିକ୍ଷକ ନୀଲୋତ୍ପଳ କହିଛନ୍ତି ଯେ ନାଗପୁରରେ ନକ୍ସଲବାଦୀଙ୍କ ଆତ୍ମ ସମର୍ପଣ ପାଇଁ ଗଢ଼ଚିରୌଲିରେ ପୋଲିସ ମହାନିର୍ଦ୍ଦେଶକ ରଶ୍ମି ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଏକଲବ୍ୟ ନିକଟରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ରମେଶ ଓରଫ ଭୀମା ଓରଫ ବାଜୁ ଲେକାମୀ(ଡିବିସିଏମ୍‌), ଭୀମା ଓରଫ ସିଟୁ ଓରଫ କିରଣ ହିଡମା କୋବାସୀ(ଡିବିସିଏମ୍‌), କମଳା ଓରଫ ରାଗୋ ଇରିୟା ବେଲାଡୀ(ପିପିସିଏମ୍‌) ପୋରିୟେ ଓରଫ ସନ୍ନା ମାସୁ ଔୟାମ(ପିପିସିଏମ୍‌), କମଳା ଓରଫ ରାଗୋ ଇରିୟା ବେଲାଡି(ପିପିସିଏମ୍‌), ପୋରିୟେ ଓରଫ କୁମାରୀ ଭୀମା ବେଲାଡି(ଏସିଏମ୍‌), ରାମଜୀ ଓରଫ ମୁରା ଲଚ୍ଛୁ ପୁଂଗାଟି(ଏସିଏମ୍‌), ସୋନୁ ପୋଡିୟାମ ଓରଫ୍ ଅଜୟ, ପ୍ରକାଶ ଓରଫ ପାଣ୍ଡୁ ପୁଂଗାଟି, ସୀତା ଓରଫ ଜୈନି ଟୋଂଟେ ପାଲୋ ଏବଂ ସାଇନାଥ ଶଙ୍କର ମାଡେ(ଏଓବି ଦଲମ୍‌) ୧୧ ମୁଣ୍ଡଜାମିନି ନକ୍ସଲିମାନେ ଆତ୍ମସମର୍ପଣ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande