ୟୁନେସ୍କୋ ଦ୍ୱାରା ଦୀପାବଳିକୁ ଅମୂର୍ତ୍ତ ସାଂସ୍କୃତିକ ଧରୋହରରେ ସାମିଲ  କରାଯିବା ଭାରତୀୟଙ୍କ ପାଇଁ ଗର୍ବର କ୍ଷଣ  – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର, 10 ଡିସେମ୍ବର (ହି.ସ.) ୟୁନେସ୍କୋ ଦ୍ୱାରା ଦୀପାବଳିକୁ ଅମୂର୍ତ୍ତ ସାଂସ୍କୃତିକ ଧରୋହରର ତାଲିକାରେ ସାମିଲ କରାଯିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର କ୍ଷଣ ବୋଲି କହିଛନ୍ତି କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତ
ୟୁନେସ୍କୋ ଦ୍ୱାରା ଦୀପାବଳିକୁ ଅମୂର୍ତ୍ତ ସାଂସ୍କୃତିକ ଧରୋହରରେ ସାମିଲ  କରାଯିବା ଭାରତୀୟଙ୍କ ପାଇଁ ଗର୍ବର କ୍ଷଣ  –   ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ବର,

10 ଡିସେମ୍ବର (ହି.ସ.) ୟୁନେସ୍କୋ ଦ୍ୱାରା

ଦୀପାବଳିକୁ ଅମୂର୍ତ୍ତ ସାଂସ୍କୃତିକ ଧରୋହରର ତାଲିକାରେ ସାମିଲ କରାଯିବା ପ୍ରତ୍ୟେକ ଭାରତୀୟଙ୍କ

ପାଇଁ ଗର୍ବର କ୍ଷଣ ବୋଲି କହିଛନ୍ତି କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ

କହିଛନ୍ତି ଯେ, ଏହି

ସିଦ୍ଧାନ୍ତ ଭାରତର ସନାତନ ପାରମ୍ପରିକ ଆଦର୍ଶ

ପ୍ରତି ବିଶ୍ୱ ସ୍ତରରେ ବୃଦ୍ଧି ପାଇଥିବା ସମ୍ମାନର ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ।

ପ୍ରଧାନ ତାଙ୍କର ସୋସିଆଲ୍ ମିଡ଼ିଆ ପୋଷ୍ଟରେ କହିଛନ୍ତି ଯେ, ଯୁନେସ୍କୋର ଏହି

ସ୍ୱୀକୃତି ବିଗତ ୧୧ ବର୍ଷରେ ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦୀଙ୍କ ଭାରତର ସାଂସ୍କୃତିକ ଧରୋହର,

ପାରମ୍ପରିକତା ଓ ସାମାଜିକ ଗର୍ବକୁ ପୁନଃସ୍ଥାପିତ କରିବା ପାଇଁ କରାଯାଇଥିବା ପ୍ରୟାସର

ପ୍ରଭାବଶାଳୀ ପ୍ରତିଧ୍ୱନି।

ସେ

ଲେଖିଛନ୍ତି ଯେ, ଦୀପୋତ୍ସବର

ପର୍ବ ଶତାବ୍ଦୀ ଶତାବ୍ଦୀ ଧରି ଭାରତୀୟ ଆସ୍ଥା, ଆଧ୍ୟାତ୍ମିକ ସଚେତନତା ଓ ସାଂସ୍କୃତିକ ଗରିମାକୁ ପ୍ରକାଶିତ କରୁଛି।

ଯୁନେସ୍କୋର ଏହି ପ୍ରତିଷ୍ଠିତ ସ୍ୱୀକୃତି

ଦୀପାବଳିର ଆଧ୍ୟାତ୍ମିକ ଗୁରୁତ୍ୱ ଓ ସାଂସ୍କୃତିକ ଧରୋହରକୁ ବିଶ୍ୱ ମଞ୍ଚରେ ନୂତନ ବ୍ୟାପକତା ଓ ବୈଭବ

ସହିତ ସ୍ଥାପିତ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande