ବାଦୀ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ
ନୂଆପଡ଼ା,୧୧ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଵାଦୀ କ୍ଲଷ୍ଟରରେ କ୍ଲଷ୍ଟର ସ୍ତରିୟ ଶିଶୁ ମହୋତ୍ସବ ସୁରଭି ପଦମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାସମାରୋହରେ ଆଜି ପାଳିତ ହୋଇଛି । କ୍ଲଷ୍ଟର ସଂଯୋଜକ ମିତ୍ରଵାଦୀ ମଲ୍ଲିକ ଓ ପଦ୍ମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧ
Cluster level surabhi


ନୂଆପଡ଼ା,୧୧ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଵାଦୀ କ୍ଲଷ୍ଟରରେ କ୍ଲଷ୍ଟର ସ୍ତରିୟ ଶିଶୁ ମହୋତ୍ସବ ସୁରଭି ପଦମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାସମାରୋହରେ ଆଜି ପାଳିତ ହୋଇଛି । କ୍ଲଷ୍ଟର ସଂଯୋଜକ ମିତ୍ରଵାଦୀ ମଲ୍ଲିକ ଓ ପଦ୍ମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପାଣ୍ଡେଙ୍କ ତତ୍ବାବଧାନରେ ବାଦୀ କ୍ଲଷ୍ଟରର ବାରଟି ବିଦ୍ୟାଳୟର ପ୍ରାୟ ଏକ ଶହ ସତୁରୀ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ମୀନା ଜାଲ ମୂଖ୍ୟ ଅତିଥି ଭାବରେ ତଥା ସମ୍ମାନିତ ଅତିଥି ଭାବରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେଵରାଜ ମହାନ୍ତି, ଲଇଵାନ ଵାଗ, ରୀତାଞ୍ଜଳୀ ଶବର, ରଞ୍ଜିତା ହୋତା, ଚିତ୍ତରଞ୍ଜନ ସୁନା, ସୁରଜିତ ବାଗ ତଥା ମୁଖ୍ୟ ବକ୍ତା ଭାବରେ ବିବେକ ପୋଡ଼ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉଦଯାପନୀ ସମାରୋହରେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ତିନିଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, ପରେଶ୍ କୁମାର ପଣ୍ଡା, ଅମୁଲ୍ୟ କୁମାର ଦାସ ଯୋଗଦାନ କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ପଦମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଇଭେଣ୍ଟ ମେନେଜର ଭାବରେ ଜଜ୍ଞେଶ କୁମାର ଦଣ୍ଡସେନା ସଫଳ ଭାବରେ ପ୍ରତିଯୋଗିତା ଗୁଡ଼ିକୁ ସମ୍ପାଦନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମାନିନୀ ମେହେର ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରିବାରେ ବିଭିନ୍ନ ଶିକ୍ଷକ ଯଥା ଜୟନ୍ତ କୁମାର ପ୍ରଧାନୀ, ବିଶ୍ଵଜିତ ବାଗ, ପ୍ରଶାନ୍ତ କୁମାର ବାରିକ, ଗୀତା ସେନାପତି, ଜୟଶ୍ରୀ ବେହେରା, ଅଜୟ ମହାଉତୀ, ଜଗଦୀଶ ମାଝୀ, ପଙ୍କଜିନୀ ଟେଣକାରୀ, କାଦମ୍ବିନୀ ପଣ୍ଡା ସମେତ କ୍ଲଷ୍ଟରର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାହାଯ୍ୟ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande