ତୃତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ ନେଇ ହୋଟେଲ ଫ୍ରେଣ୍ଡସ କ୍ଲବ  ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବଲାଙ୍ଗିର, 11 ଡିସେମ୍ବର (ହି.ସ.) ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଫ୍ରେଣ୍ଡସ କ୍ଲବ ତରଫରୁ ଆଗାମୀ ଦିନରେ ହେବାକୁ ଥିବା ତୃତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ନେଇ ସ୍ଥାନୀୟ ହୋଟେଲ ଏସ୍‌ଜେ ରେସିଡେନ୍ସି ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ସଭାପତିତ୍
ତୃତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ ନେଇ  ହୋଟେଲ ଫ୍ରେଣ୍ଡସ କ୍ଲବ  ର  ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ବଲାଙ୍ଗିର, 11 ଡିସେମ୍ବର (ହି.ସ.)

ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଫ୍ରେଣ୍ଡସ କ୍ଲବ ତରଫରୁ ଆଗାମୀ ଦିନରେ ହେବାକୁ ଥିବା ତୃତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ନେଇ ସ୍ଥାନୀୟ ହୋଟେଲ ଏସ୍‌ଜେ ରେସିଡେନ୍ସି ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଭିନ୍ନ ଅନୁଷ୍ଠାନ ସହ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ । ଏଥର ମଧ୍ୟ ରାଜ୍ୟର ନାଁ କରା ଫୁଟବଲ ଟିମ ଏହି ପ୍ରତଯୋଗିତାରେ ଭାଗ ନେବେ ବୋଲି ଅନୁଷ୍ଠାନ ତରଫରୁ କୁହା ଯାଇଥିଲା । ଏହି ବୈଠକରେ ନରସିଂହ ସ୍ୱାମୀ ନାଇଡ଼ୁ, ବୁଦ୍ଧିରାଜ ବିଶ୍ୱାଳ, ପ୍ରଦୀପ ପାତ୍ର, ସୁନୀଲ ବିଶ୍ୱାଳ, ଶରତ ନନ୍ଦ, ମନୋଜ ମିଶ୍ର, ରଂଜିତ ବେହେରା, ମଧୁ ବନଛୋର, ପବିତ୍ର ଖୁଣ୍ଟିଆ, ଲଷ୍ମୀନାରାୟଣ ସ୍ୱାଇଁ, ସୁଦର୍ଶନ ସେଠ, ବିକାଶ ସାହୁ, ମୁନା ପାଳ, ରାମ ନାଏକ, ବିଦ୍ୟା ସାହୁ, ବିକାଶ ସା, ସଂଜୀବ ସାହୁ, ଗୋବିନ୍ଦ ଶତପଥି, ସୋମନାଥ ମିଶ୍ରଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହି ନିଜ ମତାମତ ଦେଇଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଜଗନ୍ନାଥ ମିଶ୍ର ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande