




ବଲାଙ୍ଗୀର,୧୨ ଡ଼ିସେମ୍ବର(ହି.ସ.) - ଗତ ୧୦ ରୁ ୧୨ ଡିସେମ୍ବର ତିନିଦିନ ଧରି ହର୍ଷୋଲ୍ଲାସପୂର୍ବକ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସ୍ୱ ଉପଲକ୍ଷେ ବିଦ୍ୟାମନ୍ଦିରର ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ସମଲେଶ୍ୱରୀ ମନ୍ଦିର ଠାରୁ ବିଶ୍ୱାତ୍ମ ବିଦ୍ୟାମନ୍ଦିର, ଖୁଜେନପାଲି ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା ଏବଂ ମାରାଥନ ଦୌଡ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ତଥା ଆନ୍ତଃବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ସିନିଅର ବାଳକ ବିଭାଗରେ ପ୍ରତୀକ ଦଳାଇ ଓ ରୋହନ ଭୋଇ ଗ୍ରୁପ ଚ୍ୟାମ୍ପିୟାନ ହୋଇଥିବା ବେଳେ ସିନିଅର ବାଳିକା ବିଭାଗରେ ଜ୍ୟୋତ୍ସ୍ନା ପ୍ରିୟଦର୍ଶିନୀ ଭାଟି ଗ୍ରୁପ୍ ଚ୍ୟାମ୍ପିୟାନ ହୋଇଥିଲେ। ଉଦଯାପନୀ ସମାରୋହରେ ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସଂପାଦକ ତଥା ବିଦ୍ୟାମନ୍ଦିରର ଚେୟାରମ୍ୟାନ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀଜୀ, ବିଦ୍ୟା ମନ୍ଦିର, ସମ୍ପାଦକ ଶ୍ରୀ ନବୀନ କୁମାର ବେଦବାକ୍, ବିଦ୍ୟା ମନ୍ଦିର, ପ୍ରାଚାର୍ଯ୍ୟ ଡଃ ସୁଶାନ୍ତ କୁମାର ପ୍ରଧାନ, ନିର୍ଦେଶିକା ମାଁ ଶ୍ରଦ୍ଧାମୂର୍ତି, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ତରୁଣ କୁମାର ତ୍ରିପାଠୀ, ବିଦ୍ୟା ମନ୍ଦିର ପରୀଚାଳନା କମିଟୀ ସଦସ୍ୟ ଶ୍ରୀ ଅକ୍ଷୟ ଭମ୍ମର, ମୁଖ୍ୟ ଆଚାର୍ଯ୍ୟ ଶ୍ରୀ କଳାକାହ୍ନୁ ସାହୁ, ବିଦ୍ୟା ମନ୍ଦିର ଜୟପାଟଣା, କଳାହାଣ୍ଡି ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିଜୟ ଦାସ ପ୍ରମୁଖ ଉପସ୍ଥିତ ହୋଇ ଛାତ୍ର-ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂଯୋଜକ ସମ୍ବିତ୍ କୁମାର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବରିଷ୍ଠ ଖେଳ ଶିକ୍ଷକ ଶ୍ରୀ ରାମନାରାୟଣ ଯୋଶୀ, ଶ୍ରୀ ମନୋରଞ୍ଜନ ହୋତା, ଶ୍ରୀ ବିଦ୍ୟାମନ୍ଦିରର ଖେଳ ଶିକ୍ଷକ ଶ୍ରୀ ବିମଳ ସ୍ୱାଇଁ ଏବଂ ଶ୍ରୀ ଅଭିଜିତ ମିଶ୍ର ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ