
ଧର୍ମଶାଳା, ୧୨ଡିସେମ୍ବର(ହି.ସ.) - ଏସ୍ୟୁସିଆଇ ରାଜ୍ୟ କମିଟି ଡାକରା କ୍ରମେ ଜିଲ୍ଲା କମିଟି ସଭ୍ୟ ଚୈତନ୍ୟ ସାହୁଙ୍କ ନେତୃତ୍ୱରେ ଧର୍ମଶାଳା ବ୍ଲକ ଏସୟୁସିଆଇ ଶାଖା ପକ୍ଷରୁ ୧୫ ଦଫା ଦାବି ନେଇ ଆଜି ଧର୍ମଶାଳା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏସୟୁସିଆଇର କର୍ମକର୍ତାମାନେ ଆଜି ପୁର୍ବାହ୍ନରେ ଶାନ୍ତିବଜାରରୁ ଏକ ଶୋଭାଯାତ୍ରାରେ ବାହାରି ଜାରକା ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟରେ ପହଁଚି ଭିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହିତ କେନ୍ଦ୍ର ଓ ରାଜ୍ୟ ସରକାର ଚରମ ଜନସ୍ୱାର୍ଥ ବିରୋଧି ଏବଂ ଏହି ଦେଶର ବଡ ବଡ ପୁଞ୍ଜିପତି ମାନଙ୍କ ପ୍ରତି କୋହଳମନୋଭାଭ ପୋଷଣ ଯୋଗୁଁ ସାଧାରଣ ଜନତା ଚରମ ଅବହେଳିତ ହୋଇପଡିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ବ୍ଲକରେ ବନ୍ଦ ହୋଇଥିବା ସରକାରୀ ସ୍କୁଲ୍ ଗୁଡ଼ିକ ଖୋଲିବା, ଧର୍ମଶାଳା ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡ୍ ଏକ୍ସରେ ରଖିବା ସହ ଶିଶୁ ବିଭାଗ ଡାକ୍ତର ନିଯୁକ୍ତି, କବାଟବନ୍ଧ ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା, ଭୂମିହୀନମାନଙ୍କୁ ଜମି ପଟ୍ଟା ପ୍ରଦାନ ଇତ୍ୟାଦି ୧୫ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ବି.ଡ଼ି.ଓ.ଙ୍କୁ ପ୍ରଦାନ କରାଯାଇଥିଲା । ତୁରନ୍ତ ଦାବୀ ଗୁଡ଼ିକ ବିଚାରକୁ ନେଇ ପଦକ୍ଷେପ ନନେଲେ ଆଗାମି ଦିନରେ ଅନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମଧୁମିତା ସାହୁ, ମନୋଜ ସେଠୀ,ପ୍ରଭାତୀ ମଲିକ,ସଂଯୁକ୍ତା ସାହୁ,ବିଚିତ୍ରଦାସ, ଦମୟନ୍ତୀ ମୁଦୁଲି, ପ୍ରଶାନ୍ତ ମଲିକକବି ସେଠୀ, ଜ୍ୟୋତିର୍ମୟୀ ବେହେରା ପ୍ରମୁଖ ବହୁ କର୍ମୀ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ