ବିଭିନ୍ନ ସ୍ଥାନରେ କ୍ଳଷ୍ଟର ସ୍ତରୀୟ ଶିକ୍ଷା ସଭା (ଆସ ସ୍କୁଲ ଯିବା ) କାର୍ଯ୍ୟକ୍ରମ
ବଲାଙ୍ଗିର, ୧୩ ଡିସେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ସ୍ଥାନରେ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି l ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ରରେ ସଂଯୋଜକ ଲିଲୁ ମୋହନ ପଧାନଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଚଲକି ସରପଞ୍ଚ ମମତା ପ୍ରଧାନୀ,
ବିଭିନ୍ନ ସ୍ଥାନରେ କ୍ଳଷ୍ଟର ସ୍ତରୀୟ ଶିକ୍ଷା ସଭା (ଆସ ସ୍କୁଲ ଯିବା )କାର୍ଯ୍ୟକ୍ରମ ଅନୁଷ୍ଠିତ


ବଲାଙ୍ଗିର, ୧୩ ଡିସେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ସ୍ଥାନରେ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି l ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ରରେ ସଂଯୋଜକ ଲିଲୁ ମୋହନ ପଧାନଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଚଲକି ସରପଞ୍ଚ ମମତା ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ଚଲକି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚୈତନ୍ୟ ବାଗ, କରଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକ, ସମାଜସେବୀ ମନୁ ଭୋଇ ଏବଂ ମୁରିବାହାଲ ପଂଚାୟତି ହାଇସ୍କୁଲ ପ୍ରଧାନଶିକ୍ଷକ ହେମନ୍ତ ନାଗ ଉପସ୍ଥିତ ଥିଲେ l ସମସ୍ତ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଭୋଜରାଜ ପଧାନ ସଂଯୋଜନା କରିଥିବା ବେଳେ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ। ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ବାନ୍ଦୁପଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ l ସେହିପରି ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗଙ୍କ ସଭାପତିତ୍ଵରେ ଶିକ୍ଷା-ସଭା କାର୍ଯ୍ୟକ୍ରମରେ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ଗ୍ରାମର (ଓଓଏସସି/ଡ୍ରପ ଆଉଟ) ଛାତ୍ର, ଛାତ୍ରୀ ଏବଂ ସେମାନଙ୍କର ପିତା, ମାତା, ଅଭିଭାବକଗଣ ଯୋଗ ଦେଇଥିଲେ। ତଦ୍ ସଙ୍ଗେ ସଙ୍ଗେ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ନିଜ ନିଜର (ଓଓଏସସି) ଛାତ୍ର, ଛାତ୍ରୀଙ୍କୁ ସାଥିରେ ଆଣି ମୁଖ୍ୟ ସ୍ରୋତରେ ସାମିଲ କରେଇଥିଲେ।

ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଲେବେଡା କ୍ଲଷ୍ଟର ସିଆରସିସି ପଦ୍ମଲୋଚନ ତାଣ୍ଡି, ସମ୍ମାନିତ ଅତିଥି ରୂପେ ମୁରିବାହାଲ ବ୍ଲକ୍ (ଏସଆଇଓଏସ) ବିଭାଗ ସହକାରୀ ସଂଯୋଜକ ମନୋଜ୍ କୁମାର ସ୍ୱାଇଁ, ସିରୋଲ୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିରାମ ମାଝୀ, ବେଲପଦର ଉଚ୍ଚ ପ୍ରାଥମିକ ବିଦ୍ୟାଲୟର ପ୍ରଧାନ ଶିକ୍ଷୟିତ୍ରୀ ରମଣୀ ସାହାଣୀ, ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି, ଲେଁଝା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କେଶରୀ ଚନ୍ଦ୍ର ସାହୁ ମଞ୍ଚାସିନ ଥିଲେ।ଏହି ସଭାର ଉଦ୍ଦେଶ୍ୟରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଶିକ୍ଷାର ଉଦ୍ଦେଶ୍ୟ, ଲାଭ, ଉପକାରିତା, ଏହାର ଆବଶ୍ୟକତା ଦିଗରେ ପୁଙ୍ଖାନୁ ପୁଙ୍ଖ ବୁଝାଇ ଥିଲେ। ଏହି ଶିକ୍ଷା-ସଭାରେ କିଛି ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ମଧ୍ୟ କରାଇ ଥିଲେ I ଏହି କାର୍ଯ୍ୟକ୍ରମ କୁ ରଞ୍ଜନ କୁମାର ସାହୁ, ନରସିଂହ ସାହୁ, ମୋହନ ଚରଣ ସାହୁ, ବନବାସ ପ୍ରଧାନୀ ସନ୍ତୋଷ କୁମାର ଜାଲ୍, ଜଗଦିଶ ସୁନା, ସୁମିତ୍ ବାଗ, ସଞ୍ଜୟ କାଲୋ, ରାଜେଶ ଅଢ଼ା ଙ୍କ ସମେତ ସିରୋଲ୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ। ସିଆରସିସି ଶ୍ରୀ ନାଗ ମଞ୍ଚ ପରିଚାଳନା କରିଥିବାବେଳେ କନିଷ୍ଠ ଶିକ୍ଷକ ଉତ୍ତମ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande