ବିଦ୍ୟୁତ ଆଘାତରେ ଯୁବକ ଗୁରୁତର
ବଲାଙ୍ଗିର, ୧୩ ଡିସେମ୍ବର (ହି.ସ.)- ସ୍ଥାନୀୟ ସୁଦପଡା ଫାଟକରେ ରେଲୱେ ଡିପାର୍ଟମେଣ୍ଟ ତରଫରୁ କାମ ଚାଲିଥିବା ସମୟରେ ଜଣେ କର୍ମଚାରୀ ୨୫୦୦୦ ଭୋଲ୍ଟ ରେଲୱେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ରାସ୍ତା କଡରେ ଛଟପଟ ହେଉଥିଲେ । ଠିକ୍ ସେହି ସମୟରେ ଅନ୍ତର୍ଜାତୀୟ କରାଟେ ପ୍ରଶିକ୍ଷକ ତଥା ଯୁବ
ବିଦ୍ୟୁତ ଆଘାତରେ ଯୁବକ ଗୁରୁତର


ବିଦ୍ୟୁତ ଆଘାତରେ ଯୁବକ ଗୁରୁତର


ବଲାଙ୍ଗିର, ୧୩ ଡିସେମ୍ବର (ହି.ସ.)- ସ୍ଥାନୀୟ ସୁଦପଡା ଫାଟକରେ ରେଲୱେ ଡିପାର୍ଟମେଣ୍ଟ ତରଫରୁ କାମ ଚାଲିଥିବା ସମୟରେ ଜଣେ କର୍ମଚାରୀ ୨୫୦୦୦ ଭୋଲ୍ଟ ରେଲୱେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ରାସ୍ତା କଡରେ ଛଟପଟ ହେଉଥିଲେ । ଠିକ୍ ସେହି ସମୟରେ ଅନ୍ତର୍ଜାତୀୟ କରାଟେ ପ୍ରଶିକ୍ଷକ ତଥା ଯୁବ ସମାଜସେବୀ ଅସୀମ କୁମାର ଭୋଇ ସେହି ରାସ୍ତା ଦେଇ ଯାଉଥିବା ସମୟରେ ବିଦ୍ୟୁତ ଆଘାତରେ ଛଟପଟ ହେଉଥିବା ଯୁବକଟିକୁ ଦେଖି ଅନ୍ୟ ଜଣଙ୍କ ସହ ସଙ୍ଗେ ସଙ୍ଗେ ନିଜ ସ୍କୁଟିରେ ବସାଇ ଭୀମ ଭୋଇ ହସ୍ପିଟାଲକୁ ନେଇ ଚିକିତ୍ସା କରାଇଥିଲେ । କିନ୍ତୁ ସେଠି ବିଶେଷ କିଛି ସୁବିଧା ନ ଥିବାରୁ ଆହତ ବ୍ୟକ୍ତିକୁ ଭୀମ ଭୋଇ କଲେଜକୁ ଏକ ପ୍ରାଇଭେଟ ଆମ୍ବୁଲେନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା । ସେଠି ଅସୀମ ଭୋଇ ଡାକ୍ତରଙ୍କ ସହ ପରାମର୍ଶ କରି ବର୍ଣ୍ଣ ୟୁନିଟରେ ଆଡମିଟ କରିଥିଲେ । ପରବର୍ତୀ ସମୟରେ ଆହତ ବ୍ୟକ୍ତିଙ୍କ ପରିବାର ଲୋକେ ମଧ୍ୟ ପହଂଚି ଥିଲେ । ଆହତ ବ୍ୟକ୍ତିଙ୍କ ଶରୀରର ୨୦ ପ୍ରତିଶତ ବିଦ୍ୟୁତ ଆଘାତରେ ଜଳି ଯାଇଥିବା ଡାକ୍ତର କହିଛନ୍ତି । ଆହତ ବ୍ୟକ୍ତିଙ୍କ ନାମ ପୂର୍ଣ୍ଣ ମିର୍ଦ୍ଧା ଓ ସେ ପଥରଚେପାରେ ବାସ କରନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande