ବ୍ଲକ୍ ସ୍ତରୀୟ ଡେଟଲ୍ ସ୍କୁଲ ସ୍ବଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବଲାଙ୍ଗିର, ୧୩ ଡିସେମ୍ବର (ହି.ସ.)- ଅମର ଜ୍ୟୋତି ଫାଉଣ୍ଡେସନ ଏବଂ ରେକିଟ ଇଣ୍ଡିଆର ମିଳିତ ସହଯୋଗରେ ଡୁଙ୍ଗିବାହାଲ ୟୁପି ସ୍କୁଲ୍ ଠାରେ ଗୁଡଭେଲା ବ୍ଲକ୍ ର ୧୦୦ଟି ସରକାରୀ ସ୍କୁଲ୍ ର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ପାଇଁ ଡିସେମ୍ବର ୧୨ ଓ ୧୩ ତାରିଖ ଦୁଇଦିନ ଧରି ଡେଟଲ ସ୍ବଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ
*ବ୍ଲକ୍ ସ୍ତରୀୟ ଡେଟଲ୍ ସ୍କୁଲ ସ୍ବଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ*


*ବ୍ଲକ୍ ସ୍ତରୀୟ ଡେଟଲ୍ ସ୍କୁଲ ସ୍ବଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ*


ବଲାଙ୍ଗିର, ୧୩ ଡିସେମ୍ବର (ହି.ସ.)- ଅମର ଜ୍ୟୋତି ଫାଉଣ୍ଡେସନ ଏବଂ ରେକିଟ ଇଣ୍ଡିଆର ମିଳିତ ସହଯୋଗରେ ଡୁଙ୍ଗିବାହାଲ ୟୁପି ସ୍କୁଲ୍ ଠାରେ ଗୁଡଭେଲା ବ୍ଲକ୍ ର ୧୦୦ଟି ସରକାରୀ ସ୍କୁଲ୍ ର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ପାଇଁ ଡିସେମ୍ବର ୧୨ ଓ ୧୩ ତାରିଖ ଦୁଇଦିନ ଧରି ଡେଟଲ ସ୍ବଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଦୋରା ଯୋଗଦେଇ ଛାତ୍ରଛାତ୍ରୀ ସୁସ୍ଥ ରହିଲେ ସ୍କୁଲ୍ ରେ ଅନୁପସ୍ଥିତି ହାର କମିବ ଓ ଶିକ୍ଷାର ମାନ ମଧ୍ୟ ବଢିବା ସହିତ ସୁସ୍ଥ ଶିଶୁଟିଏ ହିଁ ସୁସ୍ଥ ସମାଜ ଗଠନ କରିପାରିବ ବୋଲି କହିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ତଥା ଆଶୁକବି ଡଃ. ହେମନ୍ତ କୁମାର ଦାଶ ଉଦ୍ଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ହାତ ଧୁଆର ଉପକାରିତା ଓ ବିଶେଷ କରି ଛାତ୍ରୀ ମାନଙ୍କର ସ୍ବଚ୍ଛତା ପାଇଁ ସଚେତନତା ବିଷୟରେ ଡଃ. ଦାଶ ନିଜ ବକ୍ତବ୍ୟରେ କହିଥିଲେ। ସମ୍ମାନିତ ଅତିଥି ଭାବେ ସ୍କୁଲ ଚେୟାରମେନ ମକରଧ୍ବଜ ରଣା, ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଭୋଇ ଓ ଉପେନ୍ଦ୍ର ସୁନା ମଞ୍ଚାସୀନ ଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ କହିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ବଚ୍ଛତା, ଶିକ୍ଷାରେ ବ୍ୟବହାରିକ ପରିବର୍ତ୍ତନ ଆଣିବା, ସୁସ୍ଥ ଭାରତ ସ୍ଵଚ୍ଛ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କୁ ଭାଗୀଦାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବିଭିନ୍ନ ଖେଳ, ଷ୍ଟେମ କିଟ, ପଜଲ କିଟ, ଗପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସ୍ବଚ୍ଛତା ପ୍ରତି ଆକୃଷ୍ଟ କରିବା ସହିତ ହାତ ଧୋଇବା, ଶୌଚାଳୟକୁ ସଫା ରଖିବା, ସଫା ଏବଂ ସ୍ଵଚ୍ଛ ମଧ୍ୟରେ ପାର୍ଥକ୍ୟ ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା।

ଅମର ଜ୍ୟୋତି ଫାଉଣ୍ଡେସନର ଆଞ୍ଚଳିକ ସଂଯୋଜିକା ରୀନ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସୁରେନ୍ଦ୍ର ସୁନା ଓ ଲିଜା ଦଳବେହେରା ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande