
Bhubaneswar, 13 ଡିସେମ୍ବର (ହି.ସ.)
ଗତ ଡିସେମ୍ବର ୯ ତାରିଖ ଥିଲା ବିଧାନସଭା ଶୀତ ଅଧିବେଶନର ଶେଷଦିନ । ସେହିଦିନ ଗୃହର ୧୪୭ ସଦସ୍ୟଙ୍କର ଦରମା ଭା, ଗ୍ରସ୍ତ ଖର୍ଚ୍ଚ ଆଦି ୩ ଗୁଣା ବଢ଼ାଇ ଦିଆଗଲା । ଏହା ଅତ୍ୟନ୍ତ ଅନ୍ୟାୟ ଓ ଅଗ୍ରହଣୀୟ । ଆମେ ସି.ପି.ଆଇ. (ଏମ୍-ଏଲ୍) ଲିବରେସନ୍ ଓଡ଼ିଶା ରାଜ୍ୟ କମିଟି ତରଫରୁ ଏହାର ଘୋର ବିରୋଧ କରୁଛୁ । ଦରଦାମ୍ ବୃଦ୍ଧି ଯୋଗୁଁ ଏଭଳି ହେଲା ବୋଲି ଯାହା କୁହାଯାଇଛି ତାହା ଆଦୌ ଯୁକ୍ତିଯୁକ୍ତ ନୁହେଁ । କାରଣ ଏହି ଦରଦାମ୍ ବୃଦ୍ଧି କେବଳ ୧୪୭ ସଦସ୍ୟକୁ ବାଧୁଛି ତାହା ନୁହେଁ, ସାରା ରାଜ୍ୟବାସୀ ଏହି ଦର ବୃଦ୍ଧି ଦ୍ୱାରା ହନ୍ତସନ୍ତ ହେଉଛନ୍ତି । ନିଜ ପାଇଁ ଏଭଳି ଖରାପ ଆଇନ୍ଟିଏ ପାଶ୍ କରାଇନେବା ଅତ୍ୟନ୍ତ ଲଜ୍ୟାକର କଥା । କାରଣ ସାରା ଦେଶରେ ଏତେ ପରିମାଣର ଦରମା, ଭା ଆଉ କେଉଁ ରାଜ୍ୟରେ ଦିଆଯାଇନାହିଁ । ଯେତେବେଳେ କୃଷକ ମଣ୍ଡିରେ ଧାନ ବିକିପାରୁନାହିଁ । ଜଣେ ଶ୍ରମିକ ଦିନକୁ ୩୫୦ ଟଙ୍କା ରୁ ୪୦୦ ଟଙ୍କାରେ ଚଳୁଛି । ବେକାର ପିଲା ପାଇଁ ଭା କି ଚାକିରି ନାହିଁ । ବିଧାନସଭା ଆଗରେ ହଜାର ହଜାର ଶିକ୍ଷକ, କର୍ମଚାରୀ ଅସ୍ଥାୟୀ ଲ ଡ୍ରାଇଭର, ଅଙ୍ଗନୱାଡ଼ି, ପାଚିକାମାନେ ଅହୋରାତ୍ର ଧାରଣା ଦେଉଛନ୍ତି । ସେତେବେଳେ ସରକାର ଏଭଳି ସ୍ୱାର୍ଥପର ଆଇନ୍ଟିଏ କରାଇ ନେବା ଆଦୌ ଠିକ୍ ନୁହେଁ । ଏହା ଫଳରେ ଜଣେ ବିଧାୟକ ମାସକୁ ୩ଲକ୍ଷ ୪୫ ହଜାର ଓ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୭୪ ହଜାର ଟଙ୍କା ଦରମା ଭା ପାଇବେ । ପୂର୍ବତନ ବିଧାୟକ ୧ଲକ୍ଷ ୧୭ ହଜାର ୫୦୦ ଟଙ୍କା ପାଇବେ । ଫଳରେ ରାଜକୋଷ ଉପରେ ୬୬କୋଟି ଟଙ୍କାର ଚାପ ପଡ଼ିବ । ଆଗରୁ ୧୭ କୋଟି ଖର୍ଚ୍ଚ ହେଉଥିବା ବେଳେ ଏବେ ପ୍ରାୟ ୪ ଗୁଣା ଖର୍ଚ୍ଚ ହେବ । ଆମେ ଏହାର ଘୋର ବିରୋଧ କରିବା ସଙ୍ଗେ ସଙ୍ଗେ ଏହି ନିଷ୍ପିର ପ୍ରତ୍ୟାହାର ଦାବି କରୁଛୁ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା