ବୌଦ୍ଧର ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା, ମଂଚସ୍ଥ ହେଲା ନାଟକ ବଂଶୀ ବିଳପିଲା ଯମୁନା ତଟେ
ବୌଦ୍ଧ, ୧୩ ଡିସେମ୍ବର (ହି.ସ.) ଐତିହାସିକ ବୌଦ୍ଧ ସହର ପାଲଟିଛି ମଥୁରା ନଗରୀ । ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ମଦନମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ସ୍ଥାନୟୀ ଭୈରବୀ ପଡିଆରେ ଧନୁଯାତ୍ରା ନାଟ୍ୟୋତ୍ସବ ଚାଲୁଅଛି । ବୌଦ୍ଧର ଧନୁଯାତ୍ରା ଜିଲା ତଥା ଜିଲା ବାହାରର ଦର୍ଶକମାନଙ୍କ ପାଇଁ ଏବେ ଆକର୍ଷଣର କେ
ବୌଦ୍ଧର ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା, ମଞ୍ଚସ୍ଥ  ହେଲା ନାଟକ ବଂଶୀ ବିଳପିଲା ଯମୁନା ତଟେ୧


ବୌଦ୍ଧର ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା, ମଞ୍ଚସ୍ଥ  ହେଲା ନାଟକ ବଂଶୀ ବିଳପିଲା ଯମୁନା ତଟେ


ବୌଦ୍ଧ, ୧୩ ଡିସେମ୍ବର (ହି.ସ.) ଐତିହାସିକ ବୌଦ୍ଧ ସହର ପାଲଟିଛି ମଥୁରା ନଗରୀ । ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ମଦନମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ସ୍ଥାନୟୀ ଭୈରବୀ ପଡିଆରେ ଧନୁଯାତ୍ରା ନାଟ୍ୟୋତ୍ସବ ଚାଲୁଅଛି । ବୌଦ୍ଧର ଧନୁଯାତ୍ରା ଜିଲା ତଥା ଜିଲା ବାହାରର ଦର୍ଶକମାନଙ୍କ ପାଇଁ ଏବେ ଆକର୍ଷଣର କେନ୍ଦ୍ର ହୋଇପାରିଛି । ଚତୁର୍ଥ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ବଂଶୀ ବିଳପିଲା ଯମୁନା ତଟେ । ନାଟକ ପୁର୍ବରୁ ନିର୍ବାକ ନୃତ୍ୟୁ ନାଟିକା ଭୃଗୁପତି ଭାର୍ଗବ ପରିବେଷିତ ହୋଇଥିଲା । ପରେ ପରେ ନାଟକରେ କୃଷ୍ଣଙ୍କ ଚରିତ୍ର ଉପରେ ଆଧାରିତ ନାଟକ ପରିଷେଣ ହୋଇଥିଲା । ଯାତ୍ରା ପଡିଆରେ ଏକସ୍ୱତନ୍ତ୍ର ମଂଚ ପ୍ରସ୍ତୁତ କରାଯାଇ କୃଷ୍ଣଙ୍କର କାଳୀୟ ଦଳନ ଦୃଶ୍ୟ ପରିବେଶିତ ହୋଇଥିଲା । ଯୌବନରେ ପଦାର୍ପଣ ଏବଂ ଗୋବଚ୍ଛାହରଣ, ବ୍ରହ୍ମାଙ୍କ ଠାରୁ ମୋହନ ବଂଶୀ ପ୍ରାପ୍ତି ତା ସଙ୍ଗେ ସଙ୍ଗେ ଗୋପୀଙ୍କ ବସ୍ତ୍ର ହରଣ, ଯମୁନା ନଦୀରେ ନାବକେଳି ଏବଂ ଶ୍ରୀ ବତ୍ସର ପାଦଚିହ୍ନ ଧାରଣ, ଗୋବର୍ଦ୍ଧନ ଗିରି ଉତୋଳନ ନାଟକ ମଂଚସ୍ଥ ହୋଇଥିଲା । ନାଟକରେ କଂସ ଚରିତ୍ରରେ ବାବୁଲାଲ ପ୍ରଧାନ, ବସୁଦେବ ଭୁମିକାରେ ଲୋକନାଥ ମେହେର, ଦେବକୀ ହରିଶଙ୍କର ମେହେର, କୃଷ୍ଣ ରୋହିତ ଗୌଡ, ରାଧା ହରିଶଙ୍କର ମେହେର, ନନ୍ଦ ଇନ୍ଦ୍ରମଣୀ ମେହେର, ଯଶୋଦା ସାନୁର୍ଯ୍ୟ ବାରିକ, ଉଗ୍ରେସନ ରୁଦ୍ରଭାନୁ ଭୋଇ, ଇନ୍ଦୁମତୀ କମ୍ଭୁ ସାହୁ, ସୁବଳ ବିଷ୍ଣୁ ବନଛୋର, ସୁଦାମା ସୋନୁ ବାରିକ, କାଳୀୟ ବୃନ୍ଦାବନ ମେହେର ଅଭିନୟ କରିଥିଲେ । ସେହିପରି ବୌଦ୍ଧ ଧନୁଯାତ୍ରାର ତୃତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ମଥୁରାର କଳାଚାନ୍ଦ ଗୋପରେ ବଢୁଛି । ନାଟକ ପ୍ରାରମ୍ଭରୁ ଏକ ନୃତ୍ୟ ନାଟିକା ଭକ୍ତ ପ୍ରହଲ୍ଳାଦ ପରିବେଷିତ ହୋଇଥିଲା । ତୃତୀୟ ସନ୍ଧ୍ୟାରେ ନାଟକ ପରିବେଷଣ ହୋଇଥିଲା ମଥୁରାର କଳାଚାନ୍ଦ ଗୋପରେ ବଢୁଛି । ଏହି ନାଟକରେ କୃଷ୍ଣ ବଳରାମଙ୍କ ବାଲ୍ୟ ଳୀଳା , ଜାମଳାଅର୍ଜୁନ ଭଂଜନ, ବିଶ୍ୱରୁପ ଦର୍ଶନ, ବକାସୁର, ଅଘାସୁର ଓ ଧେନୁକାସୁର ବଧ, ନଟୁ ଚୋରୀ, ଦହିଚୋରୀ ଆଦି ପରିବେଷିତ ହୋଇଥିଲା । ଏହି ନାଟ୍ୟତ୍ସୋବରେ ସମସ୍ତ ନାଟକ ଗୁଡିକ ବୌଦ୍ଧଜିଲ୍ଲାର ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ରଚିତ ହୋଇଥିବା ବେଳେ ଓ ଦେବାଙ୍ଗନ ମେହେରଙ୍କ ନିର୍ଦ୍ଦେଶନା ଦେଇଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବା ପୌରାଣିକ କଥାବସ୍ତୁକୁ ଯାତ୍ରା ନାଟକ ଶୈଳୀରେ ପ୍ରତିଦିନ ପରିବେଷଣ ହେଉଛି । ନାଟକର ବିଭିନ୍ନ ଭୂମିକାରେ ନନ୍ଦ ଭୂମିକାରେ ଇନ୍ଦ୍ରମଣୀ ମେହେର, ଯଶୋଦା ସାନୁର୍ଯ୍ୟ ବାରିକ,ଅଘାସୁର ଦୁର୍ଯ୍ୟୋଧନ, ବକାସୁର ପିଙ୍କୁ, ଚନ୍ଦ୍ରଶେଣା ସିର୍ଦ୍ଧାର୍ଥ, ସୁବଳ ରାଜା, ସୁଦାମ ଭୂମିକାରେ ବିଷ୍ଣୁ ଅଭିନୟ କରିଥିଲେ । ଏହା ସହ ଅନୁଷ୍ଠାନର ଛୋଟବଡ କଳାକାରମାନଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଧନୁଯାତ୍ରା ନାଟ୍ୟୋତ୍ସବର ସଭାପତି ବୃନ୍ଦାବନ ମେହେର, ସଂପାଦକ ପଙ୍କଜ ମେହେର ଓ ନାଟ୍ୟ ପରିଷଦର ସମସ୍ତ ସଦସ୍ୟଙ୍କ ସହଯୋଗରେ ପାଳିତ ହେଉଅଛି ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande