ତ୍ରିଲୋଚନପୁର ଶିଶୁ ବିଦ୍ୟା ମନ୍ଦିରରେ ଜେଜେ ମା ଜେଜେ ବାପା ସମ୍ମିଳନୀ
କେନ୍ଦ୍ରାପଡ଼ା, ୧୩ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅଧିନ ତ୍ରିଲୋଚନପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେ ମା ଜେଜେ ବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବଳରାମ ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଶ୍ୱରୂପା ସରସ
ତ୍ରିଲୋଚନପୁର ଶିଶୁ ବିଦ୍ୟା ମନ୍ଦିର ରେ ଜେଜେ ମା ଜେଜେ ବାପା ସମ୍ମିଳନୀ


କେନ୍ଦ୍ରାପଡ଼ା, ୧୩ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅଧିନ ତ୍ରିଲୋଚନପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେ ମା ଜେଜେ ବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବଳରାମ ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଶ୍ୱରୂପା ସରସ୍ୱତୀ, ମୁଖ୍ୟବକ୍ତା ପଣ୍ଡିତ ହୃଷିକେଶ ରଥ, ସମ୍ମାନିତ ଅତିଥି ଅଜୟ କୁମାର ସ୍ୱାଇଁ ଓ ଗୋପୀନାଥ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଶିଶୁମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ଜେଜେ ମା ଜେଜେ ବାପାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ର ସଂପାଦକ ସମାଜସେବୀ ଉମେଶ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଭାରତୀ ବେହୁରା ଅତିଥି ପରିଚୟ ପ୍ରଦାନ କରିଥିଲେ। କୋଷାଧ୍ୟକ୍ଷ ହରିଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜବିହାରୀ ସ୍ୱାଇଁ, ସଂଜୟ ଜେନା, ଶ୍ରୀଧର ନାୟକ, ଦେବାଶିଷ ଗୁରୁଜୀ, ମିନତୀ ଗୁରୁମା, ଜୟଶ୍ରୀ ବରାଳ, ପ୍ରଣତୀ ବେହୁରା, ନିବେଦିତା ଦାସ, ସାଗରିକା ପାତ୍ର ଓ ହରପ୍ରିୟା ଜେନା ପ୍ରମୁଖ ଗୁରୁଜୀ ଗୁରୁମାମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande