




ବଲାଙ୍ଗୀର, ୧୩ ଡିସେମ୍ବର(ହି.ସ.) – ଆଜି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା, ବଲାଙ୍ଗୀର ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ସିଭିଲ କୋର୍ଟ ବଲାଙ୍ଗୀର ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିର ର ମୂଳ ଉଦ୍ଦେଶ୍ୟ ଅଣ ସଂକ୍ରାମକ ରୋଗର ଚିହ୍ନଟ ସହ, ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା। ଏହି ଶିବିର ରେ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିର ରେ ଡାକ୍ତର ନନ୍ଦ କିଶୋର ପାଢ଼ୀ , ଭୀମଭୋଇ ମେଡିକାଲ କଲେଜର ଡ଼ାକ୍ତର ବିଶ୍ୱଜିତ୍ ପଣ୍ଡା, ଡାକ୍ତର ବିଶ୍ୱ ଭାରତୀ ପ୍ରିୟଦର୍ଶିନୀ ଏବଂ ରାଜେନ୍ଦ୍ର ଯୁବକ ସଂଘ ର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ଓ ଅନୁଶ୍ରୀ ମୁଖାର୍ଜୀ ଯୋଗ ଦେଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିର ଟିକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ ଏ.ପି.ଏମ ରାମାନୁଜ ପଣ୍ଡା ଓ ୟୁ.ଡି.ଏମ ଅନିଲ କୁମାର ମହାକୁର ତଦାରଖ କରାଯାଇଛି। ଏହି ସ୍ୱାସ୍ଥ୍ୟ ଶିବିର ରେ ୧୨୫ ରୁ ଉର୍ଦ୍ଧ ସଂଖ୍ୟକ ରୋଗୀ ଚିକିତ୍ସା ଲାଭ କରିଥିଲେ। ଉକ୍ତ ସ୍ୱାସ୍ଥ୍ୟ ଶିବିର ଟି ସୁଚାରୁ ରୂପେ ପରିଚାଳିତ ହେଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ