ଇନ୍‌ଟାକ୍ ଭଦ୍ରକର ଜରୁରୀ ବୈଠକ
ଭଦ୍ରକ, ୧୩ ଡିସେମ୍ବର (ହି.ସ.) - ଭଦ୍ରକ ଇନ୍‌ଟାକ ଶାଖାର ଜରୁରୀ ବୈଠକ ଭଦ୍ରକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମାବେଶ କେନ୍ଦ୍ର ‘ନିତ୍ୟାନନ୍ଦ ଭବନ’ କୁଆଁସ ଠାରେ ଅନୁଷ୍ଠିତ ହୋଇଥିଲା। ମଂଚାସୀନ ଥିଲେ ଦିଗମ୍ବର ମହାନ୍ତି, ପ୍ରଭାକର ମଲ୍ଲିକ, ଡକ୍ଟର ଗୋଲକ ବିହାରୀ ସାହୁ, ହରମୋହନ କୁଅଁର, ଶାନ
INTACH BHADRAK BAITHAK


ଭଦ୍ରକ, ୧୩ ଡିସେମ୍ବର (ହି.ସ.) - ଭଦ୍ରକ ଇନ୍‌ଟାକ ଶାଖାର ଜରୁରୀ ବୈଠକ ଭଦ୍ରକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମାବେଶ କେନ୍ଦ୍ର ‘ନିତ୍ୟାନନ୍ଦ ଭବନ’ କୁଆଁସ ଠାରେ ଅନୁଷ୍ଠିତ ହୋଇଥିଲା। ମଂଚାସୀନ ଥିଲେ ଦିଗମ୍ବର ମହାନ୍ତି, ପ୍ରଭାକର ମଲ୍ଲିକ, ଡକ୍ଟର ଗୋଲକ ବିହାରୀ ସାହୁ, ହରମୋହନ କୁଅଁର, ଶାନ୍ତନୁ କୁମାର ରାଉତ୍ , ବିଚିତ୍ରା ନନ୍ଦ ମହାନ୍ତି, ଅଜିତ୍ କୁମାର ଦାସ, କରୁଣା କର ଉପାଧ୍ୟାୟ, ଅଜିତ୍ କୁମାର ନାୟକ ଓ ମୁକ୍ତିକାନ୍ତ ମହାପାତ୍ର। ଅଧ୍ୟକ୍ଷତା କରିଥିଲେ ଦିଗମ୍ବର ମହାନ୍ତି। ଶାଖାର ସାଧାରଣ ସଦସ୍ୟଙ୍କର ସଦସ୍ୟତାର ନବୀକରଣ ସମ୍ପର୍କରେ ଆଲୋଚିତ ହୋଇ ବାର୍ଷିକ ଦେୟ ସହ ସଦସ୍ୟ / ସଦସ୍ୟାଙ୍କର ପ୍ରତିଜ୍ଞା ପତ୍ର ସହ ସଂଗୃହିତ ଅର୍ଥର ରସିଦ୍ ଦିଲ୍ଲୀ କାର୍ଯ୍ୟାଳୟକୁ ନବୀକରଣ ପାଇଁ ପ୍ରେରଣ କରାଯିବାର ସ୍ଥିର କରାଗଲା। ସର୍ବ ସମ୍ମତି କ୍ରମେ ଦିଲ୍ଲୀ କାର୍ଯ୍ୟାଳୟର ୨୦୨୪ ମସିହାର ନୀତି ନିର୍ଦ୍ଧାରଣ ପୁସ୍ତକରେ ଉଲ୍ଲିଖିତ ଗାଇଡ୍ ଲାଇନ୍ ଅନୁସାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା ଯୋଗ୍ୟ ୧୧ଜଣ ସଦସ୍ୟଙ୍କୁ ନେଇ କାର୍ଯ୍ୟନିର୍ବାହୀ ପରିଷଦ ନିମ୍ନମତେ ଗଠିତ ହେଲା। ପ୍ରଶାସନିକ ସ୍ତରର ଦକ୍ଷତା ଥିବା ଦିଗମ୍ବର ମହାନ୍ତିଙ୍କୁ କନ୍‌ଭେନର, ଏସ୍‌.ଏମ୍‌.ଫାରୁକ୍ ସମାଜ ସେବୀଙ୍କୁ ସହ-କନ୍‌ଭେନ୍‌ର, ରାଷ୍ଟ୍ରପତି ପୁରସ୍କୃତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ, ଅତିରିକ୍ତ ସହ-କନ୍‌ଭେନ୍‌ର, ଅର୍ଥ ସଂଚାଳନରେ ଦକ୍ଷତା ଥିବା ଆଡ୍‌ଭୋକେଟ୍ (ଅଫିସ ନିର୍ବାହୀ ଭାବେ) ଚିତରଞ୍ଜନ ବରାଳଙ୍କୁ, ଅଫିସ୍ ନିର୍ବାହୀ ଭାବେ ଆରଟିଟେକଚ୍‌ରରେ ଦକ୍ଷତା ଥିବା ଇଂ. ମଧୁସୁଦନ ସାହୁ, ବିଶିଷ୍ଟ ଐତିହାସିକ ଡ.ଭାଗବତ ତ୍ରିପାଠୀ, ଯୋଜନା ଓ ସମନ୍ୱୟରେ ଦକ୍ଷତା ଥିବା ଇଂ. ସୁବାସ ଚନ୍ଦ୍ର ସାହୁ, କଳା ଓ ସଂସ୍କୃତିରେ ଦକ୍ଷତା ଥିବା ଡ. ଗୋଲକ ବିହାରୀ ସାହୁ, ପ୍ରାଚୀନ କଳାରେ ଦକ୍ଷତା ଥିବା ପ୍ରଫେସର ରତିକାନ୍ତ ମହାନ୍ତି, ପରିବେଶବିିତ ବିଚିତ୍ରା ନନ୍ଦ ମହାନ୍ତି, ଆଇନଜ୍ଞ ଆଦିତ୍ୟ କୁମାର ନାୟକଙ୍କୁ ସଦସ୍ୟ ଭାବେ ନିର୍ବାଚିତ କରାଗଲା। ବିଭିନ୍ନ କାର୍ଯ୍ୟକ୍ରମରେ ଦକ୍ଷତା ସମ୍ପନ୍ନ ବ୍ୟକ୍ତିଙ୍କ ମାଧ୍ୟମରେ ପରିଚାଳିତ ହେବା ସ୍ଥିର ହେଲା। ଏ ସଂମ୍ପର୍କୀୟ ନିଷ୍ପତିର ସିଦ୍ଧାନ୍ତ ଦିଲ୍ଲୀର ଇନ୍‌ଟାକ୍ ଚେୟାର ମେନ୍ ଓ ଓଡ଼ିଶା ରାଜ୍ୟ କନ୍‌ଭେନର୍‌ଙ୍କୁ ଅବଗତ କରାଯିବ। ଭଦ୍ରକର ଚାନ୍ଦବାଲି ବନ୍ଦର ସମ୍ପର୍କରେ ଅନୁଧ୍ୟାନ ଓ ପରବର୍ତୀ ଉନ୍ନତୀ କରଣ, ଧାମନଗର ଗୋହିରା ଟିକିରିର ଐତିହାସିକ ଅନୁସନ୍ଧାନ, ଗାନ୍ଧୀ ଓଡ଼ିଶା ବାଳାଶ୍ରମର ଗାନ୍ଧୀ ସ୍ମୃତି ପୀଠର ନବୀକରଣରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଇବା ସହ ଭଦ୍ରକର ବିଭିନ୍ନ ଲୁକ୍କାୟିତ କଳା, ସଂସ୍କୃତି, ଐତିହ୍ୟ ପୁନରବିନ୍ୟାସ ପାଇଁ ଭଦ୍ରକ ଶାଖା ଚଳିତ ଦିବସ ଠାରୁ ପଦକ୍ଷେପ ନେବା ସହ ପଦଯାତ୍ରା ମାଧ୍ୟମରେ ବିଭିନ୍ନ ଐତିହ୍ୟ ସ୍ଥଳୀର ବିଶେଷତ୍ୱ ଲୋକ ଲୋଚନକୁ ଆଣିବା ପାଇଁ ପୁସ୍ତକ ଆକାରରେ ପ୍ରକାଶନ କରାଇବାର ସ୍ଥିର ହେଲା। କାର୍ଯ୍ୟକ୍ରମରେ ମଦନ ମୋହନ ନାୟକ, ବିଜୟ କୁମାର ମହାନ୍ତି, ସନ୍ତୋଷ କୁମାର ମହାନ୍ତି, କୈଳାସ ଚନ୍ଦ୍ର ପଣ୍ଡା, ସଂଗ୍ରାମ କେଶରୀ ଦାସ, ଚନ୍ଦ୍ର ମୋହନ ମହାନ୍ତି, ଅନାଦି ଚରଣ ଦାସ, ଅରବିନ୍ଦ ବସନ୍ତରାୟ, ଆଦିତ୍ୟ କୁମାର ଗୋସ୍ୱାମୀ, ହରେକୃଷ୍ଣ ସାହୁ, ବିବେକା ନନ୍ଦ ମୁଖାର୍ଜି, କମଳା କାନ୍ତ ସ୍ୱାଇଁ, ମନ୍ଦରଧର ଦୀକ୍ଷିତ୍‌, ସୁକାନ୍ତ କମିଲା, ସୁରେଶ କୁମାର ସାହୁ, ଲକ୍ଷ୍ମଣ କୁମାର ମହାନ୍ତି, ବାବୁଲାଲ୍ ଦାସ, ଅଶୋକ କୁମାର ଦାସ, ଗୟାଧର ପଣ୍ଡା , ହୃଷୀକେଶ ମହାନ୍ତି, ଦୁଃଶାସନ ମହାନ୍ତି, ଉଦୟ ନାଥ ମହାନ୍ତି, ଶାନ୍ତିଲତା ବାରିକ୍‌, ଆଶିଷ କୁମାର ଦେବ ଗୋସ୍ୱାମୀ , ରମାକାନ୍ତ ନାୟକ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ। ହରମୋହନ କୁଅଁର ଧନ୍ୟବାଦ ଅର୍ପଣ କଲାପରେ ସଭାସାଙ୍ଗ ହୋଇଥିଲା । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande