ରାହାଗିରି ନିମନ୍ତେ ବନ୍ଦ ହେବ ମୁଖ୍ୟ ରାସ୍ତା ଦୋକାନ
ଜୟପୁର, ୧୩ ଡିସେମ୍ବର (ହି.ସ.)- ରବିବାର ୧୪ ତାରିଖ ଦିନ ଜୟପୁର ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ମାର୍ଗରେ ରାହାଗିରି ହେଉଥିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ସମସ୍ତ ଦୋକାନ ବନ୍ଦ ରହିବ ବୋଲି ପୌରପାଳିକା ପକ୍ଷରୁ ଘୋଷଣା କରାଯାଇଛି। ରାହାଗିରି ନିମନ୍ତେ ୟୁନିୟନ ବ୍ୟାଙ୍କ ସମ୍ମୁଖରେ ମୁଖ୍
ରାହାଗିରି ନିମନ୍ତେ ବନ୍ଦ ହେବ ମୁଖ୍ୟ ରାସ୍ତା ଦୋକାନ


ଜୟପୁର, ୧୩ ଡିସେମ୍ବର (ହି.ସ.)- ରବିବାର ୧୪ ତାରିଖ ଦିନ ଜୟପୁର ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ମାର୍ଗରେ ରାହାଗିରି ହେଉଥିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ସମସ୍ତ ଦୋକାନ ବନ୍ଦ ରହିବ ବୋଲି ପୌରପାଳିକା ପକ୍ଷରୁ ଘୋଷଣା କରାଯାଇଛି। ରାହାଗିରି ନିମନ୍ତେ ୟୁନିୟନ ବ୍ୟାଙ୍କ ସମ୍ମୁଖରେ ମୁଖ୍ୟ ଷ୍ଟେଜ କରାଯାଉଥିବା ବେଳେ ଷ୍ଟେଜର ଉଭୟ ପଟେ ୨୫ଟି ଲେଖାଏଁ ଷ୍ଟଲ ଖୋଲାଯାଉଛି। ବାଙ୍କ ମଠ ଠାରୁ ସୌରାସାହି ଛକ ପର୍ଯ୍ୟନ୍ତ ୫୧ଟି ଷ୍ଟଲ କରାଯାଇଥିବା ବେଳେ ରାସ୍ତାଟି ଜନଗହଳି ହେବ। ତେଣୁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଦୋକାନ ଗୁଡିକ ଦିନ ୧୨ ଟା ଯାଏଁ ବନ୍ଦ ରଖିବା ପାଇଁ ଡାକ ବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande