ମଣ୍ତି ଅଭିଯୋଗ ନିମନ୍ତେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ
ଜୟପୁର, ୧୩ ଡିସେମ୍ବର (ହି.ସ.)-ଚାଷୀଙ୍କ ସୁବିଧା ପାଇଁ ଜୟପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟ। ଳୟରେ ଖୋଲିଲା କଣ୍ଟ୍ରୋଲ ରୁମ l ଚଳିତ ବର୍ଷ ମଣ୍ତିରେ ଚାଷୀଙ୍କ କିଛି ଅସୁବିଧା ହେଲେ ତୁରନ୍ତ ଟୋଲଫ୍ରି ନମ୍ବରରେ ଯୋଗାଯୋଗ କରିବା ନିମନ୍ତେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋ
ମଣ୍ତି ଅଭିଯୋଗ ନିମନ୍ତେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ


ଜୟପୁର, ୧୩ ଡିସେମ୍ବର (ହି.ସ.)-ଚାଷୀଙ୍କ ସୁବିଧା ପାଇଁ ଜୟପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟ। ଳୟରେ ଖୋଲିଲା କଣ୍ଟ୍ରୋଲ ରୁମ l ଚଳିତ ବର୍ଷ ମଣ୍ତିରେ ଚାଷୀଙ୍କ କିଛି ଅସୁବିଧା ହେଲେ ତୁରନ୍ତ ଟୋଲଫ୍ରି ନମ୍ବରରେ ଯୋଗାଯୋଗ କରିବା ନିମନ୍ତେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମର ଖୋଲା ହୋଇଛି। ଜୟପୁର ଉପଖଣ୍ତରେ ଚଳିତ ବର୍ଷ ୭୧ଟି ମଣ୍ତି ଖୋଲାଯାଇଥିବା ବେଳେ ଯଦି କିଛି ସମସ୍ୟା ହୁଏ ତେବେ ଉପଜିଲ୍ଲାପଳଙ୍କ କର୍ଯ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ ନମ୍ବର (୦୬୮୫୪-୨୩୦୩୦୦)ରେ ଯୋଗାଯୋଗ କରିପାରିବେ ବୋଲି ଉପଜିଲ୍ଲାପାଳ ଅକା ବରମ ସସ୍ୟାରେଡ୍ଡୀ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande