ନୂଆପଡାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ନୂଆପଡା,୧୩ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୂଆପଡା ଆନୁକୂଲ୍ୟରେ ଏବଂ ଜିଲ୍ଲା ଓ ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦ
Lok Adalat


ନୂଆପଡା,୧୩ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୂଆପଡା ଆନୁକୂଲ୍ୟରେ ଏବଂ ଜିଲ୍ଲା ଓ ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌, ନୂଆପଡ଼ା ସୁନୀଲ କୁମାର ଦାସ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌, ଖରିଆର ପ୍ରଣମ କୁମାର ରାଉତ, ବରିଷ୍ଠ ଦେୱାନୀ ଜଜ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ବରିଷ୍ଠ ଦେୱାନୀ ଜଜ୍ ଖରିଆର ଇଶା ପତି, ରେଜିଷ୍ଟ୍ରାର୍ ସୌଭାଗ୍ୟ ରଞ୍ଜନ ପ୍ରଧାନ, ଏସ୍‌.ଡି.ଜେ.ଏମ୍ ସ୍ନାତକୀ ଦାଶ, ଜେ.ଏମ.ଏଫ୍‌଼.ସି, କୋମନା ସମୃଦ୍ଧି ସାଗରିକା ବାରିକ, ଜେ.ଏମ.ଏଫ.ସି, ସିନାପାଲି ପ୍ରଜ୍ଞା ପାରମିତା ମହାନ୍ତି, ଜେ.ଏମ.ଏଫ.ସି, ଖରିଆର ସମିକ୍ଷା ସା, ଜେ.ଏମ.ଏଫ.ସି, ବୋଡେନ ପଲ୍ଲବୀ ଦାସ ଏବଂ ବିଭିନ୍ନ ରାଜସ୍ୱ ବିଭାଗ ଅଂଶଗ୍ରହଣ କରି ୩୮୯୪ ଗୋଟି ବିଭିନ୍ନ ମାମଲା ଯଥା ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ, ମୋଟର ଦୂର୍ଘଟଣା ଜନିତ କ୍ଷତିପୂରଣ ଓ ରାଜସ୍ୱ ମାମଲାଗୁଡିକ ବିଚାର କରାଯାଇ ଥିଲା ଏବଂ ୨,୨୦,୭୪,୪୭୭/- ଟଙ୍କା ଆପୋଷ ସମାଧାନ କରାଯାଇଅଛି। ସେହିପରି ବିଭିନ୍ନ ବ୍ୟାଙ୍କ ଏବଂ ବିଦ୍ୟୁତ୍ ବିଭାଗ ଅଂଶଗ୍ରହଣ କରି ୧୮୯ ଗୋଟି ବ୍ୟାଙ୍କ ବକେୟା ୠଣ ଓ ବିଦ୍ୟୁତ୍ ଶୁକ୍ଳ ଦେୟ ମାମଲାଗୁଡ଼ିକର ଆପୋଷ ବୁଝାମଣା ରେ ସମାଧାନ ହୋଇ ୫୬,୦୯,୩୫୦/- ଟଙ୍କା ଆଦାୟ ହୋଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁଶ୍ରୀ ନବନୀତା ଦାଶ ଲୋକ ଅଦାଲତର ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ର ବିପୁଳ ପ୍ରଚାର ଜିଲ୍ଲା ସାରା କରାଯାଇଥିଲା । ଏହି କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ବସଷ୍ଟାଣ୍ଡ୍ ରେ ଥିବା ଏଲ.ଇ.ଡି ମନିଟରରେ ପ୍ରସାରଣ କରାଯାଇଥିଲା ।ନୂଆପଡା ଓ ଖରିଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ଏବଂ ବିଦ୍ୟୁତ୍ ବିଭାଗ ଦ୍ୱାରା ଆବଣ୍ଟନ କରାଯାଇଥିବା ଗାଡି ସହାୟତାରେ ଲୋକ ଅଦାଲତ ଆୟୋଜନ ବିଷୟରେ ବିପୁଳ ପ୍ରଚାର କରାଯାଇଥିଲା । ସେଥିପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଜିଲ୍ଲା ପ୍ରଶାସନ, ନୂଆପଡା ଓ ଖରିଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଓ ବିଦ୍ୟୁତ୍ ବିଭାଗକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande