
କେନ୍ଦ୍ରାପଡା, ୧୩ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୩୨୯ଟି ମାମଲା ପଞ୍ଜିକରଣ ହୋଇଥିବା ବେଳେ ୩୨୦୮ ମାମଲା ଫଏସଲା ହୋଇ ୨ କୋଟି ୨୧ ଲକ୍ଷ ୧୨ ହଜାର ୭୦୬ ଟଙ୍କା ଆଦାୟ କରାଯାଇଛି । ଏଥିରେ ବିଦ୍ୟୁତ୍, ଜଳ ବିଲ ପୈଠ, ସାଲିଜ ବିହିନ, ଜମି ଅଧିଗ୍ରହଣ, ରାଜସ୍ୱ ମାମଲା, ବ୍ୟାଙ୍କ ଋଣ, ଚେକ ବାଉନ୍ସ, ଫୈାଜଦାରୀ ଆଦି ମାମଲା ଗୁଡିକ ରହିଛି ।
ଜିଲ୍ଲା ଓ ଦୈାରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ଲୁନା ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାଧିକରଣ ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ଓ କୋର୍ଟର ସମସ୍ତ ବିଚାରପତି ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି