ଫୁଲବାଣୀରେ ତାଲୁକ ସ୍ତରୀୟ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ସମୁଦାୟ ୧୪୯୮ଟି ମାମଲାର ଫୈସଲା
National Lok Adalat in Phulbani
ଫୁଲବାଣୀରେ ତାଲୁକ ସ୍ତରୀୟ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ସମୁଦାୟ ୧୪୯୮ଟି ମାମଲାର ଫୈସଲା


କନ୍ଧମାଳ, ୧୩ ଡିସେମ୍ବର(ହି.ସ.) – କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଆଜି ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ ମକଦ୍ଦମା ମାମଲାଗୁଡିକ ମଧ୍ୟରୁ ୯୩ ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୩୫ ଲକ୍ଷ ୨୩ ହଜାର ୩୭୦ ଟଙ୍କା ଆଦାୟ କରାଯାଇଛି, ୩୬ ଟି ଶ୍ରମ ବିବାଦ ସମ୍ବନ୍ଧୀୟ ମାମଲା ବିଚାର କରାଯାଇ ୩୭ ହଜାର ଟଙ୍କା ଆଦାୟ କରାଯାଇଛି, ୧୦ ଟି ବି.ଏସ.ଏନ.ଏଲ ଓ ବିଦ୍ୟୁତ ମାମଲା ବିଚାର କରାଯାଇ ୪ ଲକ୍ଷ ୬୮ ହଜାର ୧୨୮ ଟଙ୍କା ଆଦାୟ କରାଯାଇଛି ଏବଂ ୭ଟି ସ୍ଥାୟୀ ଲୋକ ଅଦାଲତର ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲାର ବିଚାର କରାଯାଇ ୪୮ ହଜାର ଟଙ୍କା କରାଯାଇଛି।

ସେହିପରି, ଅଦାଲତରେ ବିଚାରଧିନ ମାମଲା ଗୁଡିକ ମଧ୍ୟରୁ ୩ ଟି ଏନ.ଆଇ ଆକ୍ଟ ମାମଲାର ବିଚାର କରାଯାଇ ୧୦ ଲକ୍ଷ ୩୦ ହଜାର ଟଙ୍କା ଆଦାୟ କରାଯାଇଥିବା ବେଳେ ୨ ଟି ମୋଟରଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୨୮ ଲକ୍ଷ ୫୦ ହଜାର ଟଙ୍କା ଏବଂ ୫ ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୫ ଲକ୍ଷ ୯୧ ହଜାର ୮୮୯ ଟଙ୍କା ଓ ୬୧ ପଇସା ଆଦାୟ କରାଯାଇଛି ଆଦାୟ କରାଯାଇଛି। ଏତଦସହିତ ୨ ଗୋଟି ବୈବାହିକ ବିବାଦ ଫୈସଲା କରାଯାଇଥିବା ବେଳେ, ୧୩୪୨ ଗୋଟି ରାଜସ୍ୱ ମାମଲା, ୬ ଟି ଫୌଜଦାରୀ ସାଲିସ ଯୋଗ୍ୟ, ଅନ୍ୟାନ୍ୟ ୧ ଟି ଦେୱାନୀ ମାମଲା ଏବଂ ୧୩୧ ଟି ଫୌଜଦାରୀ ମାମଲା ବିଚାର କରାଯାଇ ୫ ଲକ୍ଷ ୫୪ ହଜାର ୫୦୦ ଟଙ୍କା ଆଦାୟ କରାଯାଇଛି। ଆଜିର ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ମାମଲାଗୁଡିକ ମଧ୍ୟରୁ ୧୪୬ଟି ଓ ଅଦାଲତରେ ବିଚାରାଧିନ ମାମଲାଗୁଡିକ ମଧ୍ୟରୁ ୧୪୯୮ ଟି ମାମଲା ଫୈସଲା କରାଯାଇଛି। ମାନନୀୟ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ରାମ ଶଙ୍କର ହୋତା, ପରିବାର ଅଦାଲତ ବିଚାରପତି ଶ୍ରୀମତୀ ରୂପଶ୍ରୀ ଚୌଧୁରୀ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରୀତିଶ କୁମାର ରାଉତରାୟ, ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଦୋଳଗୋବିନ୍ଦ ବାରିକ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ବନାଲି ତ୍ରିପାଠୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତି, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ବିଶ୍ୱକଲ୍ୟାଣୀ ମିଶ୍ର, ଏସ.ଡି.ଯେ.ଏମ. ଶ୍ରୀମତୀ ସୌମ୍ୟା ସୋନାଲିକା, ଜେ.ଏମ୍‌.ଏଫ.ସି, (ଏଲ.ଆର ଆଣ୍ଡ ଏଲ.ଟି.ଭି) ବଦ୍ରିନାରାୟଣ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ମାମଲା ଗୁଡିକର ବିଚାର କରିଥିଲେ ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande