
କେନ୍ଦ୍ରାପଡା, ୧୩ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ଦୁର୍ଘଟଣାଜନିତ ୧୭ ମାମଲା ଫଏସଲା ହୋଇ ୧ କୋଟି ୧୪ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୁରଣ ପ୍ରଦାନ କରାଯାଇଛି । ଜିଲ୍ଲା ଓ ଦୈାରାଜଜ ଶ୍ରୀମତୀ ଲୁନା ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଓ ଦୁର୍ଘଟଣାରେ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇଥିବା ବ୍ୟକ୍ତିଙ୍କର ମାମଲା ଫଏସଲା କରି ବିଚାରପତି ଶ୍ରୀମତୀ ମହାନ୍ତି ୧ କୋଟି ୧୪ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୁରଣ ପ୍ରଦାନ କରିଛନ୍ତି ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନଜିବୀ ମହମ୍ମଦ ନଇମ, ପ୍ରମୋଦ ଅଧିକାରୀ, ଶଶିଭୂଷଣ ପ୍ରଧାନ, ନଳିନୀକାନ୍ତ ତ୍ରିପାଠୀଙ୍କ ସମେତ କୋର୍ଟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି