ଶୀତ ଲହରି ନେଇ ଆଗାମୀ ୨୪ ଘଂଟା ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ.)- ଶୀତ ଲହରି ନେଇ ଆଗାମୀ ୨୪ ଘଂଟା ଅର୍ଥାତ୍ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଦ୍ଵୟ ହେଲା ଝାରସୁଗୁଡ଼ା, ଅନୁଗୁଳ । ପରବର୍ତୀ ୬ ଦିନ ଅର୍ଥାତ୍ ୨୦ ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନା
ଶୀତ ଲହରି ନେଇ ଆଗାମୀ ୨୪ ଘଂଟା ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ.)- ଶୀତ ଲହରି ନେଇ ଆଗାମୀ ୨୪ ଘଂଟା ଅର୍ଥାତ୍ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଦ୍ଵୟ ହେଲା ଝାରସୁଗୁଡ଼ା, ଅନୁଗୁଳ । ପରବର୍ତୀ ୬ ଦିନ ଅର୍ଥାତ୍ ୨୦ ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande