ସ୍ଵାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ
କେନ୍ଦୁଝର, ୧୩ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ସ୍ଵାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ଦୁଇ ଦିନିଆ ୩୦ ତମ ବାର୍ଷିକ କ୍ରୀଡ଼ା ସମାରୋହ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଛି। କ୍ରୀଡ଼ାରେ ୧୨ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୪ ଜଣ ଛାତ୍ରଛାତ୍ରୀ ପ୍ର
ସ୍ଵାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ


କେନ୍ଦୁଝର, ୧୩ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ସ୍ଵାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ଦୁଇ ଦିନିଆ ୩୦ ତମ ବାର୍ଷିକ କ୍ରୀଡ଼ା ସମାରୋହ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଛି। କ୍ରୀଡ଼ାରେ ୧୨ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୪ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଚମ୍ପିୟାନ ହୋଇଛନ୍ତି। ଯୁକ୍ତ ଦୁଇ କଳା ପ୍ରଥମ ବର୍ଷର ଛାତ୍ର ସିମନ ହାଁସଦା, ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ କଳା ଛାତ୍ରୀ ଶ୍ରୀଦେବୀ ନାଏକ, ଯୁକ୍ତ ତିନି କଳା ପ୍ରଥମ ବର୍ଷ ଛାତ୍ର ବାହାଦୁର ବାସ୍କେ ଏବଂ ଯୁକ୍ତ ତିନି ବାଳିକା ବର୍ଗ କଳା ତୃତୀୟ ବର୍ଷର ଛାତ୍ରୀ ତପସ୍ୱିନୀ ମହାନ୍ତ ଚମ୍ପିୟାନ ହୋଇଛନ୍ତି।

କ୍ରୀଡ଼ା ଶିକ୍ଷକ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ଓ ଅନ୍ୟ ମାନେ କ୍ରୀଡ଼ା ସମାରୋହ ପରିଚାଳନା କରିଥିଲେ। ଶରତ କୁମାର ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ଅଧ୍ୟକ୍ଷ ଵିରେନ୍ଦ୍ର କୁମାର ସାହୁ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ର ସଭାପତି ନୃସିଂହ ନାଥ ସିଂହ ଯୋଗଦେଇ କୃତି ପ୍ରତିଯୋଗୀ ଓ ଚମ୍ପିୟାନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିବା ବେଳେ ପ୍ରାଧ୍ୟାପକ ଅଶ୍ୱିନୀ କୁମାର ସାହୁ ଅଧ୍ୟାପିକା ସୁସ୍ନାତା ଶୋଭାଲିନ ମହାପାତ୍ର, ଅଧ୍ୟାପିକା ନୈଳାନୀ କାର୍ଜି, ରଜତ କୁମାର ଦାଶ, ବ୍ରଜେନ୍ଦ୍ର କୁମାର ପତି, ଅଧ୍ୟାପକ ରତ୍ନାକର ମହାକୁଡ ପ୍ରମୁଖ ଅନ୍ୟମାନେ ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande