
ଜୟପୁର, ୧୩ ଡିସେମ୍ବର (ହି.ସ.)- ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଈନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ଵାବଧାନରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଦାଲତରେ ଜିଲ୍ଲା ଦୌରାଜଜ କୋରାପୁଟ ପ୍ରଦୀପ କୁମାର ମହନ୍ତ, ପରିବାର ଅଦାଲତ ବିଚାରପତି ନିଶିଥ୍ ନିଶାଙ୍କ, ବରିଷ୍ଠ ଦେବାନି ବିଚାରପତି ସ୍ଵୟଂ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ଅଳକନନ୍ଦା ମହାନ୍ତି, ରେଜିଷ୍ଟ୍ରାର ସିଭିଲ୍ କୋର୍ଟ ତଥା ଭାରପ୍ରାପ୍ତ ସଚିବ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ବିଷ୍ଣ ପ୍ରସାଦ ଦେବତା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ସନ୍ତୋଷ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ହରମନ ଦାଶ, ପ୍ରଥମ ଶ୍ରେଣୀ ବିଚାରବିଭାଗ ଦଣ୍ଡାଧିକାରୀ ସୁଶ୍ରୀ ଦୀକ୍ଷ୍କ୍ୟ ରାଉତରାଏ, ପ୍ରଜ୍ଞାସୁମନ ମହାପାତ୍ର ପ୍ରମୁଖ ଜୟପୁର ମୁଖ୍ୟାଳୟରେ ବିଭିନ୍ନ ବେଞ୍ଚରେ ଉପସ୍ଥିତ ରହି ପୃଥକ ପୃଥକ ଭାବେ କୋର୍ଟ କରି ମୋକଦ୍ଦମା ଫୈଇସଲା କରିଥିଲେ । ସେହିପରି କୋରାପୁଟ, କୋଟପାଡ, ଲକ୍ଷ୍ମୀପୁର, ସେମିଳିଗୁଡା, ବୋରିଗୁମ୍ମା, ଦଶମନ୍ତପୁର ଓ ଲମତାପୁଟରେ ରହିଥିବା କୋର୍ଟ ପରିସରରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଇଥିଲା। ତତ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ଉପ ଜିଲ୍ଲା ପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର, ଆଞ୍ଚଳିକ ପରିବହନ କାର୍ଯ୍ୟଳୟ, ମାନଙ୍କ ଦ୍ଵାରା ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ରାଜସ୍ୱ ବିବାଦର ଫଇସଲା କରାଯାଇଥିଲା।ଏହି ୪ର୍ଥ ରାଷ୍ଟ୍ରୀୟ ଲୋକଅଦାଲତରେ ୨୧ ଗୋଟି ଅପରାଧିକ କମ୍ପାଉଣ୍ଡେବଲ୍ ଅପରାଧ ମାମଲା ଫୈଇସଲା କରାଯାଇଥିଲା। ୨୯ ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲାର ଫୈଇସଲା କରି ବୀମା କମ୍ପାନୀ ମାନଙ୍କୁ କ୍ଷତିପୂରଣ ବାବଦରେ ଆଦେଶ ଦେଇ ବାଦି ମାନଙ୍କୁ ୩୧୬୧୫୦୦୦ ଟଙ୍କ। କ୍ଷତି ପୂରଣ ଦେବା ପାଇଁ ଧାର୍ଯ୍ୟ କରାଯାଇଥିଲା, ସେହିପରି ୨୯ ଗୋଟି ଏନ.ଆଇ. ଆକ୍ଟ ମାମଲା, ଫୈଇସଲା କରି ୭୩୫୦୨୯୪ ଟଙ୍କା କ୍ଷତିପୂରଣ ଦେବା ପାଇଁ ଧାର୍ଯ୍ୟ କରଯାଇଥିଲା, ୧୨ ଗୋଟି ବ୍ୟଙ୍କ ରୁଣ ମାମଲା, ଫୈଇସଲା କରି ୩୩୯୦୫୩୪ ଟଙ୍କା ବକେୟା ଆଦାୟ ହୋଇଥିଲା, ୧୮ ଗୋଟି ବୈବାହିକ ମାମଲା ଫୈଇସଲା କରି ୩ ଲକ୍ଷ ଟଙ୍କା ଦେବା ପାଇଁ ଆଦେଶ କରାଗଲା, ୪୫ ଗୋଟି ଅନ୍ୟାନ୍ୟ ଫୌଜଦାରି ମାମଲାର ଫଇସଲା କରାଯାଇ ୭୫,00,000 ଟଙ୍କା ଧାର୍ଯ୍ୟ କରାଗଲା, ତତ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ଉପ-ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କ ଦ୍ଵାରା ମୋଟ ୬୦୬୨ ରାଜସ୍ୱ ବିବାଦର ଫଇସଲା କରାଯାଇ ୬୫୭୬୦୯/- ଟଙ୍କା ଅଦାୟ କରଯାଇଥିଲା। ଅନ୍ୟାନ୍ୟ ଫୈଜଦାରୀ ମାମଲା ୨୯୯ ଫୈଇସଲା କରାଯାଇଥିଲା। ସର୍ବମୋଟ ବିଚାରଧିନ ବିବାଦୀୟ ମାମଲା ୬୫୧୫ ବିଚାର କରାଯାଇ ୫୦୮୧୩୪୩୭ ଟଙ୍କା ଧାର୍ଯ୍ୟ କରାଗଲା। ଏତତ ବ୍ୟତୀତ ପ୍ରାକ ମୋକଦମା ସ୍ତରରେ ବିଭିନ୍ନ ବ୍ୟାଙ୍କ ଦ୍ଵାରା ବ୍ୟାଙ୍କ ରୁଣ ମାମଲା, ଆ.ର୍.ଟିଓ, ଟାଟା ପାୱାର, ବି.ଏସ.ଏନ.ଏଲ, ପାରିବାରିକ ମାମଲା, ଜମିଜମା ମାମଲା ଇତ୍ୟାଦି ୨୬୩୪ରୁ ୪୧୪ଟି ମାମଲା ଫଇସଲା କରାଯାଇ ୧୪୩୬୮୪୯୦ ଟଙ୍କା ଧାର୍ଯ୍ୟ କରାଗଲା।ଏଥିରେ କୋରାପୁଟ ଜିଲ୍ଲା ବାର ଆସସେସନର ଆଇନଜୀବି ମାନେ ସମ୍ପୂର୍ଣ ସହଯୋଗ କରିଥିଲେ ଏବଂ ମାମଲା ସମାଧାନ କରିବାରେ ଭୁମିକା ଗ୍ରହଣ କରିଥିବା ଆଇନଜୀବି ଶଶାନନ୍ଦ ମିଶ୍ର, ଏସ.ଏମ.ଏମ. ଦିନବନ୍ଧୁ, ଜ୍ୟେତିରଞ୍ଜନ ପୁରାଜୀ, ଶରତ କୁମାର ମାଝି, ଜେ. ସତ୍ୟନାରାୟଣ ଆଚାରୀ, ସୁଧୀର କୁମାର ପାଢୀ, ଅଶୋକ କୁମାର ମିଶ୍ର, ସତ୍ୟାବ୍ରତ ପାଢୀ, ଗୀତାଞ୍ଜଳୀ ଧଲ, ସସ୍ମିତା ଦଣ୍ଡସେନା ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି