ମାଲକାନଗିରି ଜିଲ୍ଲାରେ ଇଂଟରନେଟ୍ କଟକଣା ୩୬ ଘଂଟା ବୃଦ୍ଧି : ଏମଭି-୨୬ ହିଂସାକାଣ୍ଡ ଘଟଣାରେ ୬ ଗିରଫ
ମାଲକାନଗିରି, ୧୩ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାରେ ଇଂଟରନେଟ୍ କଟକଣାକୁ ଆଉ ୩୬ ଘଂଟା ବୃଦ୍ଧି କରିଛି ପ୍ରଶାସନ । ଫଳରେ ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ ଜିଲ୍ଲାରେ ଇଂଟରନେଟ କଟକଣା ବଳବତର ରହିବ । ଅନ୍ୟପକ୍ଷରେ ଏମଭି-୨୬ ହିଂସାକାଣ୍ଡ ଘଟଣାରେ ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲାପାଳ
ମାଲକାନଗିରି ଜିଲ୍ଲାରେ ଇଂଟରନେଟ୍ କଟକଣା ୩୬ ଘଂଟା ବୃଦ୍ଧି : ଏମଭି-୨୬ ହିଂସାକାଣ୍ଡ ଘଟଣାରେ ୬ ଗିରଫ


ମାଲକାନଗିରି, ୧୩ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାରେ ଇଂଟରନେଟ୍ କଟକଣାକୁ ଆଉ ୩୬ ଘଂଟା ବୃଦ୍ଧି କରିଛି ପ୍ରଶାସନ । ଫଳରେ ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ ଜିଲ୍ଲାରେ ଇଂଟରନେଟ କଟକଣା ବଳବତର ରହିବ । ଅନ୍ୟପକ୍ଷରେ ଏମଭି-୨୬ ହିଂସାକାଣ୍ଡ ଘଟଣାରେ ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ଏମଭି-୨୬ ଗ୍ରାମରେ ସୋମବାର ଠାରୁ ଲାଗୁ ହୋଇଥିବା ଭାରତୀୟ ନ୍ୟାୟ ସଂହିତା(ବିଏନଏସ)ର ଧାରା ୧୬୩କୁ ଆଜି ହଟାଯାଇଛି । ଏଥିସହ ସମ୍ପୃକ୍ତ ଅଂଚଳରେ ବିଦ୍ୟୁତ ଓ ଜଳ ଯୋଗାଣ ସ୍ୱାଭାବିକ୍ ହୋଇଛି । ଏହି ହିଂସାକାଣ୍ଡରେ ଏମଭି-୨୬ ଗ୍ରାମରେ ମୋଟ୍ ୩ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବାର ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି ।

ପ୍ରକାଶଥାଉକି, ୭ ଓ ୮ ତାରିଖରେ ଘଟିଥିବା ଏହି ହିଂସାକାଣ୍ଡ ପରେ ଜିଲ୍ଲାରେ ୮ ତାରିଖ ଠାରୁ ଇଂଟରନେଟ୍ ସେବା ବ୍ୟାହତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande