ବିଦ୍ୟାଳୟ ନଳକୂପରେ ବିଷ
ମାଲକାନଗିରି, ୧୩ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଚେଡ଼େଙ୍ଗା ପଂଚାୟତର ସିନ୍ଧାବେଡ଼ା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନଳକୂପରେ କେହି ଦୁର୍ବୃତ ବିଷ ପକାଇଥିବା ଘଟଣା ସାମ୍ନାକୁ ଆସିଛି । ଗତ ଗୁରୁବାର ଦିନ ଏହା ଜଣାପଡିବା ପରେ ବିଦ୍ୟାଳୟ କର୍ତୃପକ୍
ବିଦ୍ୟାଳୟ ନଳକୂପରେ ବିଷ


ମାଲକାନଗିରି, ୧୩ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଚେଡ଼େଙ୍ଗା ପଂଚାୟତର ସିନ୍ଧାବେଡ଼ା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନଳକୂପରେ କେହି ଦୁର୍ବୃତ ବିଷ ପକାଇଥିବା ଘଟଣା ସାମ୍ନାକୁ ଆସିଛି । ଗତ ଗୁରୁବାର ଦିନ ଏହା ଜଣାପଡିବା ପରେ ବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ଉକ୍ତ ନଳକୂପ ପାଣି ବ୍ୟବହାର ନକରିବା ପାଇଁ ସମସ୍ତଙ୍କୁ ବାରଣ କରାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛି । ଅନ୍ୟପକ୍ଷରେ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନଳକୂପର ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande