ନାବାଳିକା କଲେଜ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ ଓ ହତ୍ୟା ଧମକ : କଲେଜ ୱାଚ ମ୍ୟାନ ଗିରଫ
ପୁରୀ, ୧୩ ଡିସେମ୍ବର (ହି.ସ.)- କଣାସ କଲେଜରେ ଯୁକ୍ତ ୨ କଳା ଶ୍ରେଣୀରେ ପଢ଼ୁଥିବା ଜନୈକ ନାବାଳିକା ଛାତ୍ରୀ(୧୬ବର୍ଷ)ଙ୍କୁ ସେଇ କଲେଜରେ ରାତ୍ର ଜଗୁଆଳି କଣାସ ଥାନା ଅନ୍ତର୍ଗତ କଣାସ ଗ୍ରାମର ବିଜୁ ଓରଫ ଧ୍ରୁବ ଚରଣ ମହାପାତ୍ର ନାମକ ଜଣେ ଯୁବକ ରାସ୍ତାରେ ଅଟକାଇ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ
ନାବାଳିକା କଲେଜ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ ଓ ମାରିଦେବାକୁ ଧମକ କଲେଜ ୱାଚ ମ୍ୟାନ ଗିରଫ


ପୁରୀ, ୧୩ ଡିସେମ୍ବର (ହି.ସ.)- କଣାସ କଲେଜରେ ଯୁକ୍ତ ୨ କଳା ଶ୍ରେଣୀରେ ପଢ଼ୁଥିବା ଜନୈକ ନାବାଳିକା ଛାତ୍ରୀ(୧୬ବର୍ଷ)ଙ୍କୁ ସେଇ କଲେଜରେ ରାତ୍ର ଜଗୁଆଳି କଣାସ ଥାନା ଅନ୍ତର୍ଗତ କଣାସ ଗ୍ରାମର ବିଜୁ ଓରଫ ଧ୍ରୁବ ଚରଣ ମହାପାତ୍ର ନାମକ ଜଣେ ଯୁବକ ରାସ୍ତାରେ ଅଟକାଇ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ଏମିତିକି ପାଟି କଲେ ମାରିଦେବି ବୋଲି ଧମକ ଦେଇ ତା' ସହିତ ବାହାରକୁ ବୁଲିଯିବାକୁ ଧମକ ବି ଦେଇଥିଲେ। ନାବାଳିକାର ସାର୍ଟକୁ ଟାଣି ତାଙ୍କୁ ଟଣା ଓଟରା କରିବା ବେଳେ ଛାତ୍ରୀ ଜଣକ ତାଙ୍କ ମାଆଙ୍କୁ ଏକଥା ଜଣାଇବାରେ ପୀଡିତାର ମାଆ ଏନେଇ କଣାସ ଥାନାରେ ଜଣାଇବା ପରେ କଣାସ ଥାନା ଆଇଆଇସି କେଶ ର ତଦନ୍ତ ଦାୟିତ୍ଵ ଏସଆଇ ଦେବୀ ପ୍ରସାଦ ଲେଙ୍କାଙ୍କୁ ଦେଇଛନ୍ତି ଓ ନିଜ ପୋଲିସ ଟିମ ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆଜି ସକାଳୁ ଅଭିଯୁକ୍ତ ବିଜୁକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଏ ସଂକ୍ରାନ୍ତରେ କଣାସ ଥାନା କେଶ ନମ୍ବର ୨୯୫ ତା ୧୩,୧୨,୨୦୨୫ ଦଫା ୧୨୬(୨)/୭୫/୭୯/ ୩୫୧(୨) ବିଏନଏସ / ସେକ୍ସନ ୧୨ ପୋକସ ଆକ୍ଟ ରେ କେଶ ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande