ପୁରୀ ଜିଲ୍ଲାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ
ପୁରୀ,୧୩ ଡିସେମ୍ବର (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣଙ୍କ ଆନୁକୂଲ୍ୟରେ ପୁରୀ ସମେତ ନିମାପଡା, ପିପିଲି, କୋଣାର୍କ, କଣାସ, ବ୍ରହ୍ମଗିରି, ଅସ୍ତରଙ୍ଗ ଓ କାକଟପୁର କୋର୍ଟରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷା ତଥା ଜିଲ
ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ


ପୁରୀ,୧୩ ଡିସେମ୍ବର (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣଙ୍କ ଆନୁକୂଲ୍ୟରେ ପୁରୀ ସମେତ ନିମାପଡା, ପିପିଲି, କୋଣାର୍କ, କଣାସ, ବ୍ରହ୍ମଗିରି, ଅସ୍ତରଙ୍ଗ ଓ କାକଟପୁର କୋର୍ଟରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରାଜଜ ଅଜନ୍ତା ଷଡଙ୍ଗୀଙ୍କ ତତ୍ଵାବଧାନରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ପରିତୋଷ କୁମାର ସେଠୀଙ୍କ ପରିଚାଳନାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ଅଦାଲତରେ ୧୩୩୪୦ ଗୋଟି ମୋକଦ୍ଦମା ଫଇସଲା କରାଯିବା ସହ ଜୋରିମାନା ଓ କ୍ଷତିପୂରଣ ବାବଦରେ ୫,୩୮,୪୭,୪୭୨ ଟଙ୍କା ଆଦାୟ କରାଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା ଓ ଦୌରାଜଜ ଅଜନ୍ତା ଷଡଙ୍ଗୀ ଏହାକୁ ଉଦଘାଟନ କରିଥିଲେ । ପରିବାର ଅଦାଲତ ବିଚାରପତି ସୁମିତା ଜେନା, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୈକତ ପତ୍ର, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଚିନ୍ମୟ ମିଶ୍ର ମୁଖ୍ୟ ବିଚାରପତି ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନି ବିଚାରପତି ସୌମ୍ୟରୂପ ସାହୁ, ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ପ୍ରଜ୍ଞା ପଣ୍ଡା, ଦ୍ୱିତୀୟ ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ସୋନାଲୀ ଅପରାଜିତା ଦେୱାନି ବିଚାରପତି ସିଦ୍ଧାର୍ଥ ଶଙ୍କର ସେନାପତି, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ପତିତପାବନ ପଣ୍ଡା, ଗ୍ରାମ ନ୍ୟାୟାଧ୍ୟାକାରୀ ସୋନାଲୀ ମହାନ୍ତି, ପ୍ରଥମ ଶ୍ରେଣୀବିଚାର ବିଭାଗୀୟ ବିଚାରପତି (କଗ-୧ )ମିସ୍ ରୀତିକା ଗର୍ଗ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (କଗ-୨) ଅନିମେଶ ଜେନା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୌରଭ ମହାପାତ୍ର, ଶିବାନୀ ମହାପାତ୍ର, ନିଲିସା ପଟ୍ଟନାୟକ ମାମଲା ଗୁଡିକର ବିଚାର କରିଥିଲେ । ଲୋକ ଅଦାଲତରେ ୭୬ଗୋଟି ମୋଟର ଦୁର୍ଘଟଣା ମାମଲା ବିଚାର କରାଯାଇ ୪,୦୫,୪୫,୦୦୦ /- ଟଙ୍କା ଆଦାୟ କରାଯାଇଛି । ସେହିପରି ୩୯ ଗୋଟି ଚେକ ବାଉନ୍ସ କେସ, ୬୫ ଗୋଟି କ୍ରିମିନାଲ କମ୍ପାଉଡେବ୍ଲୁ, ୬ ଗୋଟି ମନି ରିକଭରି କେସ, ୩୪ ଗୋଟି ବୈବାହିକ ବିବାଦ ୧୦୬ ଗୋଟି ଅନ୍ଯାନ୍ଯ ସିଭିଲ କେସ, ୨୯୮ ଗୋଟି ଅନ୍ଯାନ୍ଯ କ୍ରିମିନାଲ ମୋକଦ୍ଦମା ଫଇସଲା କରାଯାଇଥିଲା । ଏହାଛଡା ୨୦୯ ଗୋଟି ପ୍ରାକ ମୋକଦ୍ଦମାର ଫଇସଲା କରାଯାଇ ବ୍ୟାଙ୍କ ଋଣ ଏଥି ବାବଦକୁ ୬୨,୭୮,୯୮୫/- ଟଙ୍କା ଆଦାୟ କରାଯାଇଅଛି ।

ଆଜିର ଏହି ଲୋକ ଅଦାଲତରେ ଜିଲ୍ଲା କାରାଗାରର କଏଦୀ ମାନଙ୍କ ଦ୍ଵାରା ତିଆରି କରାଯାଇଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡିକର ଷ୍ଟଲ କୋର୍ଟ ପରିସର ଭିତରେ ଆୟୋଜିତ ହୋଇଯାଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande