
ଜୟପୁର, ୧୩ ଡିସେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଚଳିତ ବର୍ଷ ପରବ ୨୦୨୫ ର ପର୍ବତାରୋହଣ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆଜି ନାରାୟଣପାଟଣା ବ୍ଲକ ବିଜାଘାଟି ପଂଚାୟତ ଝଡିପଦର ନିକଟ କାଲିଆ ମାଳି ପାହାଡରେ ବେଶ ଆଡ଼ମ୍ବର ସହକାରେ ଆୟୋଜିତ ହୋଇଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ପହଂଚି ଥିଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱବାନ I ବିଜାଘାଟିରୁ ପତାକା ଦେଖେଇ ପର୍ବତାରୋହଣ ପ୍ରତିଯୋଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ। ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ପରବ ଟି ସାର୍ଟ ପ୍ରଦାନ କରାଯାଇଥିଲା । ତିନି କିଲୋମିଟର ପାହାଡିଆ ରାସ୍ତାରେ ଚାଲି ଚାଲି ପ୍ରତିଯୋଗୀତା ମାନେ ଭାଗ ନେଇଥିଲେ । ଆଉ ପ୍ରତିଯୋଗିତା ମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଉପସ୍ଥିତ ଥିଲେ । ମଞ୍ଚରେ ନିମନ୍ତ୍ରିତ ଅତିଥି ସମେତ ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରୀନାଥ, ଉପାଧ୍ୟକ୍ଷ ରିନୁଦାସ, ସରପଂଚ ପିଲିବ ଶିରିକା ପ୍ରମୁଖ ଉପସ୍ଥିତ ଥିଲେ । କାଲାଆମାଳି ପାହାଡକୁ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପର୍ବତାରୋହଣ ପ୍ରତିଯୋଗିତା କରାଇବା ପାଇଁ ସହଯୋଗ କରିଥିବା ବ୍ଲକ ପ୍ରଶାସନ ଏବଂ ଉପସ୍ଥିତ ଯୁଗ ବର୍ଗଙ୍କୁ ଧନ୍ୟବାଦ ଜଣାଇ ଥିଲେ ଜିଲ୍ଲାପାଳ । କାଲିଆ ମାଳି ପାହାଡ ଏବେ ପର୍ଯ୍ୟଟନ ସ୍ଥଳୀ ପାଇଁ ଜିଲ୍ଲା ପ୍ରଶାସନ ବହୁ ବିକାଶମୂଳକ କାର୍ଯ୍ୟ ପନ୍ଥା ହାତକୁ ନେଇଛି । ଏଠାକାର ଯୁବଗୋଷ୍ଠୀ, ସ୍ଥାନୀୟ ମହିଳା, ଅଂଚଳର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏଠାରେ ଆଲବମ୍, ଟଲିଉଡ୍ ଚଳଚିତ୍ର ସୁଟିଂ ପାଇଁ ନିର୍ମାତାଙ୍କ ଚରାଭୂଇଁ ପାଲଟିଛି । ଆଗକୁ ବଡ଼ ବଡ଼ ବଜେଟ୍ ରେ ଫିଲ୍ମ ନିର୍ମାତା ଆସିବାର ସମ୍ଭାବନା ରହିଥିବା ଜିଲ୍ଲାପାଳ କହିଥିଲେ । ବହୁତ ଶୀଘ୍ର କାଲିଆ ମାଳି ପାହାଡ କୋରାପୁଟର ପର୍ଯ୍ୟଟନ ମାନଚିତ୍ରରେ ଯୋଡିହେବାକୁ ଯାଉଥିବା ଉଲେଖ୍ୟ କରିଥିଲେ । ଖାସ୍ କରି ସେମିଳିଗୁଡା, କୋରାପୁଟ, ସୁନାବେଡା ବିଜାଘାଟି ପଂଚାୟତର ଯୁବଗୋଷ୍ଠୀ ଛାତ୍ରଛାତ୍ରୀ ଯେଉଁଭଳି ଭାବେ ଏତେ ଶୀତରେ ଆସି ପ୍ରତିଯୋଗିତାରେ ଭାଗ ନେଇ ସଫଳ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ କୃତି ପ୍ରତିଯୋଗୀଙ୍କୁ ମେଡାଲ୍ ସହ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଶେଷରେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି