
କନ୍ଧମାଳ, ୧୩ ଡିସେମ୍ବର(ହି.ସ.) – ଫିରିଙ୍ଗିଆ କଲ୍ୟାଣ ମଣ୍ଡପ ଠାରେ ଓଡିଶା ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ ବାର୍ଷିକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଗତ ଦିନରେ ଦୀର୍ଘଦିନରୁ ଶିକ୍ଷକତା ପରେ ଅବସର ନେଇଥିବା ଅନେକ ଶିକ୍ଷକଙ୍କୁ ସଂଘ ତରଫରୁ ସମ୍ବଧନ ଦିଆଯାଇଛି। ଏହି ଅବସରରେ ଶ୍ରୀପଲ୍ଲା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବୃନ୍ଦାବନ ଚୌଧୁରୀଙ୍କୁ ଶିକ୍ଷକ ସଂଘର କର୍ମକର୍ତାମାନେ ସମ୍ବର୍ଦ୍ଧିତ କରିବା ସହ ଅବସରକାଳୀନ ସମୟ ସୁଖଦପୂର୍ଣ୍ଣ ହେଉ ବୋଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଶ୍ରୀ ଚୌଧୁରୀ ଦୀର୍ଘ ବର୍ଷ ଧରି ଶିକ୍ଷକତା କରି ଜଣେ ଉଚ୍ଚକୋଟିର ଆଦର୍ଶ ଶିକ୍ଷକ ଭାବେ ଅନେକ ପ୍ରତିଭାବାନ ଛାତ୍ରଛାତ୍ରୀ ସୃଷ୍ଟି କରିଛନ୍ତି ଏବଂ ତତସହିତ ନିଜ ଅଂଚଳରେ ଅଦ୍ୟାବଧି ସମସ୍ତଙ୍କର ପ୍ରିୟ ଶିକ୍ଷକ ଅଟନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷକ ସଂଘର କର୍ମକର୍ତା ବୃନ୍ଦ ଉପସ୍ଥିତ ଥିଲେ। ଶିକ୍ଷକ ସଂଘର ଏହିପରି ସମ୍ବଧନା ଅବସର ନେଇଥିବା ଶିକ୍ଷକଙ୍କୁ ପ୍ରେରଣା ଦେବା ସହ ସାଧାରଣରେ ଅନେକ ଉତମ ବାର୍ତା ପ୍ରସାର କରିବ ବୋଲି ବୁଦ୍ଧିଯିବିମାନେ ମତ ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ