ସମୃଦ୍ଧ ସଂସ୍କୃତି ହିଁ ଦେଶ ଉନ୍ନତିର ମାପକାଠି
'ସମୃଦ୍ଧ ସଂସ୍କୃତି ହିଁ ଦେଶ ଉନ୍ନତିର ମାପକାଠି'
ସମୃଦ୍ଧ ସଂସ୍କୃତି ହିଁ ଦେଶ ଉନ୍ନତିର ମାପକାଠି


ସମ୍ବଲପୁର, ୧୩, ଡିସେମ୍ବର (ହି.ସ.) - ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁର ଓ ଗାୟତ୍ରୀ ସନ୍ତୋଷ ଦାତବ୍ୟ ଟ୍ରଷ୍ଟ ଆନୁକୁଲ୍ୟରେ କୁଚିଣ୍ଡା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ 'ଆମ ସଂସ୍କୃତି ଆମ ଇତିହାସ' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠାନର ସଭାପତି ଡ. ପରେଶ ଦାନୀଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅଧ୍ୟାପକ ଡ. ସୁଧାଂଶୁ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରୀ ମାନଙ୍କୁ ନିଜ ଇତିହାସ ଓ ସଂସ୍କୃତି ବିଷୟରେ ଅଧିକ ସୂଚନା ଦେଇ ଭବିଷ୍ୟତ ନାଗରିକ ଭାବେ ନିଜକୁ ଗୌରବାନ୍ୱିତ କରି ପାରିବେ ବୋଲି ଆଶା ପ୍ରକାଶ କରିଥିଲେ। ସମ୍ପାଦକ ଦୀନବନ୍ଧୁ ପଣ୍ଡା ଓଡିଶା ସାଂସ୍କୃତିକ ସମାଜର ଆଭିମୁଖ୍ୟ ଉପରେ ଆଲୋକପାତ କରି ନିଜ ଉନ୍ନତ ସଂସ୍କୃତି ଓ ଇତିହାସରେ ଆଲେଖ୍ୟ ଉପରେ ନିଜକୁ ଅବଗତ କରାଇ ସମାଜରେ ତାକୁ ଉପସ୍ଥାପନ କରିବା ଛାତ୍ରଛାତ୍ରୀ ମାନଙ୍କ କର୍ତ୍ୟବ୍ୟ ହେବା ଉଚିତ୍ ବୋଲି କହିଥିଲେ। ଡିଆଇଇଟି ର ପ୍ରାକ୍ତନ ଅଧ୍ୟକ୍ଷ ଶିବ ଶଙ୍କର ଷଡଙ୍ଗୀ ବକ୍ତା ଭାବରେ ଯୋଗଦେଇ ଗୋଟାଏ ଜାତି ତା'ର ସଂସ୍କୃତି ପାଇଁ ହିଁ ପରିଚୟ ପାଇଥାଏ ବୋଲି କହିଥିଲେ। ସଭାପତି ଡ. ଦାନୀ କହିଥିଲେ ନିଜ ଭାଷା ସାହିତ୍ୟ, ପର୍ବପର୍ବାଣୀ, ନୃତ୍ୟ ସଙ୍ଗୀତ, ବେଶଭୂଷା, ହସ୍ତଶିଳ୍ପ ଓ କଳା ସ୍ଥାପତ୍ୟ ହିଁ ସଂସ୍କୃତିର ପରିଚାୟକ ହୋଇଥାଏ । ପ୍ରାରମ୍ଭରେ ସ୍କୁଲର ପ୍ରଧାନ ଶିକ୍ଷକ ତରୁଣ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଅଖିଳ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande