
ନୂଆପଡ଼ା, ୧୩ ଡିସେମ୍ବର (ହି.ସ.) - ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ (ଓଷ୍ଟା) ଖଡିଆଳ ବ୍ଲକ ଶାଖା ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ମଧୁସୁଦନ ଉଚ୍ଚ ବିଦ୍ୟାଳୟ ଖାସବାହାଲ ଠାରେ ଆଜି ଅନୁଷ୍ଠିତ ହୋଇଯାଇଅଛି। ଉଦଘାଟନୀ ସମାରୋହରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ କୁନୁ ଚରଣ ବେହେରା, ସମ୍ମାନିତ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ଡ. ସୁଶାନ୍ତ କୁମାର ବିଶି, ଉପ ସଭାପାତି ଭରତ ଚନ୍ଦ୍ର ବେହେରା, ସମ୍ପାଦକ ଚତୁର୍ଭୁଜ ସିଂ ଦେଓ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜନାର୍ଦ୍ଦନ ସ୍ୱାଇଁ , ଜମିଦାତା ନିମାନନ୍ଦ ଶବର ପ୍ରମୁଖ ମଂଚାସିନ ରହି ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣାବଳିର ବିକାଶ ସହିତ ପ୍ରତିଭାର ଅନ୍ୱେଷଣ ପାଇଁ ଶିଶୁ ଉତ୍ସବ ପାଳନ ଏକ ସୁଯୋଗ ବୋଲି ମତବ୍ୟକ୍ତ କରିଥିଲେ।। ପ୍ରଥମ ଅଧିବେଶନରେ ଖଡିଆଳ ବ୍ଲକ ଓଷ୍ଟା ସଭାପତି ଦେବାନନ୍ଦ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ଜୟଦେବ ବେହେରା ମଂଚ ପରିଚାଳନା କରିଥିଲେ । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ଏ ଏଅବସରରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, ବକୃତା, ଗୀତ ଆବୃତି, ଗଳ୍ପ ଲିଖନ, କବିତା ଲିଖନ, କୁଇଜ, ଏକକ ନୃତ୍ୟ, ଲୋକ ନୃତ୍ୟ ଇତ୍ୟାଦି ୧୦ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ଲମ୍ବୋଦର ନିଆଲ, ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ଜିଲ୍ଲା ଓଷ୍ଟା ସଭାପତି ବନବିହାରି ମେହେର, କାର୍ଯ୍ୟକରୀ ସଭାପତି ଡ. ଶ୍ରୀ ବିଶି , ଉପ ସଭାପତି ଶ୍ରୀ ବେହେରା,ରାଣୀମୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦେବରାଜ ସ୍ୱାଇ, ଖାସବାହାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ, ସମ୍ପାଦକ ଶ୍ରୀ ଦେଓ ମଂଚ ଆସିନ ଥିଲେ। ମୁଖ୍ୟ ଅତିଥି ଶ୍ରୀ ନିଆଲ ଖଡିଆଳ ଅଂଚଳର ଶିକ୍ଷା ଅନୁଷ୍ଠାନ ମାନଙ୍କର ଭିତିଭୂମିର ବିକାଶ ପାଇଁ ଏବଂ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କ ଚାକିରି ସର୍ତାବଲି ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କହିଥିଲେ।ଏଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ମଂଚ ପରିଚାଳନା ଧରଣୀଧର ଦେ କରିଥିବା ବେଳେ ରାଧିକାରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଉଦ୍ଧବ ମେହେର, ବ୍ରଜକିଶୋର ସାହୁ, ଓମପ୍ରକାଶ ସରାଫ, ମନୋହର ପଟେଲ, ରାଜେନ୍ଦ୍ର ପ୍ରସାଦ ମହାରଣା, ଶିବ କୁମାର ଶବର, ମଞ୍ଜରୀ ଶବର ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ