ଓଷ୍ଟା କେନ୍ଦ୍ରାପଡା ବ୍ଲକ ଅନୁକୁଲ୍ୟରେ ୪୨ତମ ମଣ୍ଡଳ ସ୍ତରୀୟ ଶିଶୁ ଉତ୍ସବ ଉଦଯାପିତ
କେନ୍ଦ୍ରାପଡା,୧୩ ଡିସେମ୍ବର (ହି.ସ.)- ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)କେନ୍ଦ୍ରାପଡା ବ୍ଲକ ଅନୁକୁଲ୍ୟରେ ୪୨ତମ ମଣ୍ଡଳ ସ୍ତରୀୟ ଶିଶୁ ଉତ୍ସବ ଉଦଯାପିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ବ୍ଲକ ଓଷ୍ଟା ସଭାପତି ତପନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ
ùK¦âû_Wû aäK cŠk Éeúd gògê Ciôa


କେନ୍ଦ୍ରାପଡା,୧୩ ଡିସେମ୍ବର (ହି.ସ.)- ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)କେନ୍ଦ୍ରାପଡା ବ୍ଲକ ଅନୁକୁଲ୍ୟରେ ୪୨ତମ ମଣ୍ଡଳ ସ୍ତରୀୟ ଶିଶୁ ଉତ୍ସବ ଉଦଯାପିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ବ୍ଲକ ଓଷ୍ଟା ସଭାପତି ତପନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ଯୋଗଦେଇ ନୈତିକ ଶିକ୍ଷା ଉପରେ ପିଲାମାନଙ୍କୁ ଆଶ୍ରି ବଚନ ପ୍ରଦାନ କରିଥିଲେ । ରାଜ୍ୟ ଓଷ୍ଟାର ସଂପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପିଲାମାନଙ୍କ ମଧ୍ୟରେ ଅନେକ ସମ୍ଭାବନା ଅଛି । ତାଙ୍କ ମଧ୍ୟରେ ଥିବା ଅନ୍ତନିର୍ହିତ ପ୍ରତିଭାକୁ ପରିପ୍ରକାଶ କରିବା ସମସ୍ତ ଶିକ୍ଷକ, ଶିକ୍ଷିକା ମାନଙ୍କର ନୈତିକ କର୍ତ୍ତବ୍ୟ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ ଭଗବାନ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ତଥା ଅଭ୍ୟର୍ଥନା କମିଟି ଅଧ୍ୟକ୍ଷା କାମ୍ବିନୀ ନାୟକ, ବିଦ୍ୟାଳୟର ପଞ୍ଚସଖା ଶିକ୍ଷାସେତୁ ସଭାପତି ଡଃ. ଉପେନ୍ଦ୍ରନାଥ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜ କୁମାର ନାୟକ, ସି.ଆର.ସି.ସି. ରଶ୍ମି ରଞ୍ଜନ ପ୍ରଧାନ ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ଆଶ୍ରି ବଚନ ପ୍ରଦାନ କରିବା ସହ ଭବିଷ୍ୟତରେ ଭଲ ମଣିଷ ହୋଇ ଦେଶର ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ । ଶିଶୁ ଉତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷା ଶ୍ରୀମତୀ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ପଙ୍କଜ କୁମାର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ । ୧୦ଟି ବିଭାଗରେ ୧୭ଟି ବିଦ୍ୟାଳୟରୁ୧୩୯ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଉଦଯାପନ ଉତ୍ସବରେ ତପନ କୁମାର ଦାଶଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ବରିଷ୍ଠ ବିଜେପି ନେତ୍ରୀ ତଥା ପ୍ରାକ୍ତନ ଜିଲ୍ଲା ପରିଷ ସଭାପତି ଗୀତାଞ୍ଜଳି ସେଠୀ, ବିଶିଷ୍ଟ ଅତିଥି ରୂପେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ବଳଦେବ ପ୍ରସାଦ ଜେନା, ମୁଖ୍ୟବକ୍ତା ଭାବେ ଓଷ୍ଟା ଜିଲ୍ଲା ସଭାପତି ଅଶୋକ କୁମାର ପରିଡା, ସମ୍ମାନିତ ଅତିଥି ରୂପେ ଅଲେଖ ଚନ୍ଦ୍ର ମହାନ୍ତି, ଜିଲ୍ଲା ଓଷ୍ଟା ଯୁଗ୍ମ ସଂପାଦିକା ସରୋଜିନୀ ସ୍ୱାଇଁ, ଡେରାବିଶ ବ୍ଲକ ସଂପାଦକ ଗଗନ ବିହାରୀ ସୁତାର, ସଭାପତି ପୀତବାସ ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶିବ ପ୍ରସାଦ ବଳ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବ୍ଲକ ସଂପାଦକ ନାରାୟଣ ପଣ୍ଡା ଉଦଘାଟନ ଉତ୍ସବ ଓ ଉଦଯାପନ ଉତ୍ସବରେ ସଂପାକୀୟ ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା କାର୍ଯ୍ୟକାରଣୀ ସଦସ୍ୟ ମହେଶ୍ୱର ସାହୁ ଉଭୟ ଉତ୍ସବରେ ମଞ୍ଚ ସଂଯୋଜନା କରିଥିଲେ । ରାଜକନିକା ବ୍ଲକ ସଂପାଦକ ଅରବିନ୍ଦ ନାୟକ ଅତିଥି ରୂପେ ଯୋଗଦେଇ ତ୍ରି ସ୍ତରୀୟ ଶିଶୁ ଉତ୍ସବ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଉଦଯାପନ ଉତ୍ସବରେ ବ୍ଲକର ଯୁଗ୍ମ ସଂପାଦକ ପଙ୍କଜ କୁମାର ବେହୁରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦିକା କଲ୍ୟାଣୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିଶୁ ଉତ୍ସବରେ ବ୍ୟିାଳୟର ଶିକ୍ଷୟିତ୍ରୀ ମଧୁସ୍ମିତା ଲେଙ୍କା, ସୁଜତା ସାହୁ, ଲକ୍ଷ୍ମୀନାୟକ, କଳ୍ପନା ବେହେରା, ଦୀପା ରାଉତରାୟ, ସବିତା ରାଉତରାୟ, ସାବିତ୍ରୀ ସାହୁ, ଜୟନ୍ତୀ ମହାନ୍ତି, ମାନସ କୁମାର ତରାଇ, ରାଇସନ୍ ମାରାନ୍ଡି, ଦିବ୍ୟଜ୍ୟୋତି ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ୧୦ଟି ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଆସନ୍ତା ୨୦ ତାରିଖରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ସହଦେବ ନୋଡାଲ ସରକାରୀ ହାଇସ୍କୁଲ, ଆଳି ଠାରେ ଭାଗନେବେ ବୋଲି ସଂପାଦକ ନାରାୟଣ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande