
ଜୟପୁର,୧୩ ଡିସେମ୍ବର (ହି.ସ.) - ସୁନାବେଡା ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ସୁନାବେଡ଼ା ର ବନବିହାର କାର୍ଯ୍ୟକ୍ରମ ଘାଟଗୁଡ଼ା ଜଳଭଣ୍ଡାର ନିକଟରେ ଆୟୋଜିତ ହୋଇଥିଲା ଯେଉଁଥିରେ କି ୩୨ ଜଣ ଗୁରୁଜୀ ଗୁରୁମାଙ୍କ ସମେତ ପ୍ରାୟ୬୦୦ ଜଣ ଶିଶୁ ଭାଇ ଭଉଣୀ ଯୋଗ ଦେଇଥିଲେ ।
ଚିରଞ୍ଜିବି ପରିଚ୍ଛା ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବିଜୟ ହନ୍ତାଳ, ସୌମ୍ୟରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ରଶ୍ମିତା ରାଉତ, ମିତାଞ୍ଜଳୀ ପାଢ଼ୀ,ରାଜଲକ୍ଷ୍ମୀ ଦାସ,ବଙ୍ଗୁଚରଣ ସେଠୀ, ପୁଷ୍ପଲତା ପାତ୍ର ଏବଂ ଗନିତା ନାୟକ। ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଲକ୍ଷ୍ମୀପ୍ରିୟା ସାହୁ ଓ କ୍ରୀଷ୍ଣା କୁମାରୀ ମିଶ୍ର ବନ ବିହାର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବର୍ଣ୍ଣନା କରିବାବେଳେ ମଞ୍ଜୁତାଞ୍ଜଳୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି