ସ୍ବଦେଶୀ ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗିର, ୧୩ ଡିସେମ୍ବର (ହି.ସ.)- ଆଜି ଜେ.ଏସ.ଏମ. କଲେଜ ତରଫରୁ ଜେ.ଏସ.ଏମ. କଲେଜ ହଲ ଠାରେ ଘର ଘର ସ୍ବଦେଶୀ ପ୍ରତିଘରେ ସ୍ବଦେଶୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜର ମୁଖ୍ୟ ଶ୍ରୀକାନ୍ତ ଶର୍ମା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ବି
ବଲାଙ୍ଗୀର. ବିଜେପି ନଗର ତରଫରୁ ଆତ୍ମ ନିର୍ଭର ଭାରତ ଓ ସ୍ବେଦେଶୀ ସଂକଳ୍ପ ପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ.


ବଲାଙ୍ଗିର, ୧୩ ଡିସେମ୍ବର (ହି.ସ.)- ଆଜି ଜେ.ଏସ.ଏମ. କଲେଜ ତରଫରୁ ଜେ.ଏସ.ଏମ. କଲେଜ ହଲ ଠାରେ ଘର ଘର ସ୍ବଦେଶୀ ପ୍ରତିଘରେ ସ୍ବଦେଶୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜର ମୁଖ୍ୟ ଶ୍ରୀକାନ୍ତ ଶର୍ମା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ବିଧାନସଭା ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚରେ ଉପସ୍ଥିତ ଅତିଥିଙ୍କ ମଧ୍ୟରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ପଂକଜିନୀ ପଣ୍ଡା, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ରଞ୍ଜିତା ପାଣିଗ୍ରାହୀ, ଶ୍ରୀମତୀ ଆରତୀ ଗୁରୁ, ବାସନ୍ତୀ ଜେନା, ସଂଜୁ ନାୟକ, ବଲାଙ୍ଗୀର ସାଂସଦଙ୍କ ନୋମିନି ଦିନେଶ ଶର୍ମା, ଜିଲ୍ଲା ବିଜେପି ସଂଯୋଜକ ଚିତ୍ରସେନ ବେହେରା, ପାଟନେଶ୍ବରୀ ମଣ୍ଡଳ ସଭାପତି ପାର୍ଥ କରନ, ସମଲେଇଶ୍ବରୀ ମଣ୍ଡଳ ସଭାପତି ଲଳିତ ଶର୍ମା ଉପସ୍ଥିତ ଥିଲେ। ବିଜେପି କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ବକ୍ତା ମାନେ ସ୍ବଦେଶୀ ବସ୍ତୁ ବ୍ୟବହାର କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ। ଜେ.ଏସ.ଏମ. କଲେଜର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande